ମହାଶିବରାତ୍ରୀ ସକାଶେ ଶୈବପୀଠ ଚଳଚଞ୍ଚଳ
ହିିଳିକାଟୁ (ଜୁଗାବ୍ଦ ନ୍ୟୁଜ୍): ମହାଶିବରାତ୍ରୀ ପାଇଁ ହିିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମରେ ଥିବା ଶୈବପୀଠ ଗୁଡ଼ିକ ଚଳଚଞ୍ଚଳ ହୋଇ ପଡ଼ିବା ସହ ସମସ୍ତ ପ୍ରକାର ପ୍ରସ୍ତୃତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜାଗରଯାତ୍ରା ସକାଶେ ପୂଜା ସାମଗ୍ରୀର ବଜାର ମଧ୍ୟ ସରଗରମ ହୋଇପଡ଼ିଛି । ଦିନକର ରାଣୀ କେତକୀ ଫୁଲର ଚାହିଦା ଦେଖିବାକୁ ମିଳିଛି । ମହାଶିବରାତ୍ରୀରେ କେବଳ କେତକୀ ଫୁଲ ପୂଜା ପାଉଥିବାରୁ ସ୍ଥାନୀୟ ବଜାରରେ ଏହି ଫୁଲ ବେଶ ଆଦରଣୀୟ ହୋଇଛି । ଗୋଟିଏ ଦିନ ହିଁ ଏହି ଫୁଲର ଚାହିଦା ରହିଥିବାରୁ ବ୍ୟବସାୟୀ ମଧ୍ୟ ଫୁଲ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି । ସାଧାରଣତଃ କେତକୀ ଫୁଲକୁ ଦିନକର ରାଣୀ ବୋଲି ସମ୍ଭୋଧନ କରାଯାଉଛି । ସମସ୍ତ ଫୁଲ ବର୍ଷସାରା ଠାକୁରଙ୍କ ଠାରେ ପୂଜା ପାଉଥିବା ବେଳେ କେତେକୀ ଫୁଲ କେବଳ ବର୍ଷକର ଗୋଟିଏ ଦିନ ଦେବ ଦେବ ମହାଦେବଙ୍କ ଠାରେ ପୂଜା ପାଇଥାଏ । ମହାଶିବରାତ୍ରୀରେ ଏହାର ପ୍ରାଧାନ୍ୟ କାରଣରୁ ଏହି ଫୁଲକୁ ଗୋଟିଏ ଦିନର ରାଣୀ ବୋଲି କୁହାଯାଇଛି । ବର୍ଷସାରା ବ୍ୟବହାରରେ ଆସୁନଥିବା ଏହି ଫୁଲର ଦର ମହାଶିବରାତ୍ର ସକାଶେ ଆକାଶଛୁଆଁ ହୋଇଛି । ଗୋଟିଏ ଫୁଲ ପିଛା ଦର ୪ ଶହରୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଥିବାର ଦେଖିବାକୁ ମିଳୁଛି । ତେବେ ମହାଶିବରାତ୍ରରେ ଏହିପୁଲର ପ୍ରାଧାନ୍ୟ ରହିଥିବାରୁ ଜାଗର ପାଳନ କରୁଥିବା ଭକ୍ତ ମାନେ ଚଢାଦରରେ ମଧ୍ୟ କେତକୀ ଫୁଲକୁ କିଣୁଥିବାର ଦେଖିବାକୁ ମିଳୁଛି । ହିନ୍ଦୁମାନଙ୍କର ମହାଶିବରାତ୍ରୀ ଏକ ବଡ଼ ପର୍ବ ହୋଇଥିବାରୁ ଦେବ ଦେବ ମହାଦେବ ବର୍ଷସାରା ପୂଜା ପାଉଥିଲେ ମଧ୍ୟ ମହାଶିବରାତ୍ରୀରେ ଗୁରୁତ୍ୱ କୀିଛି ନିଆରା ରହିଛି । ଜାଗର କଲେ ମାହଦେବ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ହିିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର, ଆଙ୍କୋରଡ଼ାର କପିଳେଶ୍ୱର, ହିିଳିର ସପ୍ନେଶ୍ୱର, ନୂଆଁଗଡ଼ର ବାଲୁଙ୍କେଶ୍ୱର, ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ମନ୍ଦିର ପରିସରସ୍ଥ ପଶ୍ଚିମାଭିମୂଖୀ କାଶିବିଶ୍ୱନାଥ, ହିିଞ୍ଜିଳିକାଟୁ ବ୍ଳକ ନୂଆଁବୁରୁପଡ଼ା ଶ୍ୟାମଳାଇ ସ୍ଥିତ ମୁଦୁକେଶ୍ୱର, ଅନ୍ତରିଗାଁ ସ୍ଥିତ ଗୁପ୍ତେଶ୍ୱର ସମେତ ନିକଟବର୍ତୀ ଅଂଚଳର ବହୁ ଶୈବପୀଠ ଗୁଡ଼ିକରେ ଜାଗରଯାତ୍ରା ପାଇଁ ପ୍ରସ୍ତୃତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।