ମହାଶିବ ପୂରାଣ ଆରମ୍ଭ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ରାଢୋ ଓ ରହଣିଆ ଶିବମନ୍ଦିର ଠାରେ ରାସ ପୂର୍ଣ୍ଣିମା ଉପଲକ୍ଷେ ମହାଶିବପୂରାଣ ଆରମ୍ଭ ହୋଇଛି । ରାଢୋ ବିଶେଶ୍ୱର ଶିବମନ୍ଦିର ଠାରେ ଗ୍ରାମବାସୀମାନଙ୍କ ଦ୍ୱାରା ସପ୍ତମୀ ତିଥି ଠାରୁ ପୂର୍ଣ୍ଣମୀ ଯାଏଁ ଶିବପୂରାଣ ପାଠ ଉତ୍ସବ ଆରମ୍ଭ ହୋଇଛି । ପ୍ରତ୍ୟହ ଦେବତାଙ୍କ ସ୍ନାନ, ସୂର୍ଯ୍ୟପୂଜା, ଅଭିଷେକ ସହିତ ଶିବପୂରାଣ ପାଠ ହେଉଛି । ପୂଜକ ଶଙ୍କର୍ଷଣ ତ୍ରିପାଠୀ, ବିଜୟ ତ୍ରିପାଠୀ ଓ ମହେନ୍ଦ୍ର ଦାସ ବୈଦିକ ମନ୍ତ୍ରରେ ବାବା ବିଶେଶ୍ୱରଙ୍କ ପୂଜାର୍ଚ୍ଚନା କରିବା ପରେ ସକାଳୁ ସଞ୍ଜ ଯାଏଁ ଶିବପୂରାଣ ପାଠ କରୁଛନ୍ତି । ଏହା ସହିତ ପ୍ରାତଃ ଓ ସନ୍ଧ୍ୟା ଆଳତୀରେ ଆଖପାଖ ସାହିର ଶ୍ରଦ୍ଧାଳୁ ପୁରୁଷ ଓ ମହିଳାମାନେ ଏଥିରେ ଯୋଗଦେଉଛନ୍ତି । ରାହାସ ପୂର୍ଣ୍ଣମୀର ପୂର୍ବ ରାତ୍ରରେ ହୋମଯଜ୍ଞ ସହିତ ଶିବପୂରାଣ ଉତ୍ସବ ଶେଷ ହେବ ବୋଲି ଜଣାପଡିଛି ।