ମହାଷ୍ଟମୀରେ ମା’ମଙ୍ଗଳାଙ୍କ ମହିଷାମର୍ଦ୍ଧିନୀ ବେଶ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ମହାଷ୍ଟମି ପର୍ଯ୍ୟନ୍ତ ଅନୁଷ୍ଠିତ ଷୋଡଶ ଦିନାତ୍ମକ ପୂଜାର ଅନ୍ତିମ ଦିନ ମହାଅଷ୍ଟମୀ ରେ ସମ୍ପର୍ଣ୍ଣ ହୋଇଛି। ପୁରୀ ଜିଲ୍ଲା କାକଟପୁର ବାସିନୀ ଦେବୀ ପରମ ବୈଷ୍ଣବୀ ମା’ ମଙ୍ଗଳାଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ସ୍ବତନ୍ତ ଷୋଡଶ ଉପଚାର ପୂଜା ନୀତି ସମ୍ପର୍ଣ୍ଣ ହେଉଥିବା ବେଳେ ରାତ୍ରରେ ମହାଅଷ୍ଟମୀରେ ମା ‘ଙ୍କ ପ୍ରସିଦ୍ଧ ମହିଷାମର୍ଦିନୀ ବେଶ ଅନୁଷ୍ଠିତ ହୋଇଯାଇଛି ।
ମୂଳାଷ୍ଟମୀଠାରୁ ଆରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ପାର୍ବଣ ପୂଜାରେ ମା’ଙ୍କର ପୂଜାର୍ଚନା ସ୍ଵତନ୍ତ୍ର ରୀତି ନୀତିରେ ଚାଲିଛି । ଅଷ୍ଟମୀ ପ୍ରତ୍ୟୁଷ ରୁ ମା”ଙ୍କ ଷୋଡଶଉପଚାର ନୀତିସହ ସନ୍ଧ୍ୟାରେ ଭଅଣ୍ଡ ଧୂପ କରାଯିବା ପରେ ମା’ଙ୍କ ଚଳନ୍ତି ପ୍ରତିମା ଓ ମନ୍ଦିର ମଧ୍ୟରେ ଥିବା ଦୂର୍ଗା ପ୍ରତିମାଙ୍କୁ ରତ୍ନବେଦୀରୁ ବାହାରକୁ ଅଣାଯାଇ ଏକତ୍ର ଭାବେ ଏକ ଖଟୁଳିରେ ଜଗତି ପୂଜା କରାଯାଇଥିଲା । ଜଗତି ପୂଜା ପରେ ମା”ଙ୍କ ଚଳନ୍ତି ପ୍ରତିମା କୁ ରତ୍ନ ସିଂହାସନରେ ପୁନଃ ଅବସ୍ଥାପିତ କରାଯିବା ପରେ ମା ମହିଷାକୁ ଖୋଜିବା ପାଇଁ ମହିଷାମର୍ଦ୍ଧିନୀ ବେଶ ଧାରଣ କରିଥିଲେ । ମା’ଙ୍କୁ ବିଭିନ୍ନ ଦେବାଦେବୀ ମାନଙ୍କ ଦ୍ଵାରା ପ୍ରଦତ୍ତ ଅସ୍ତ୍ର ଲାଗି କରାଯାଇଅଛି । ମା ମଙ୍ଗଳା ମହିଷାମର୍ଦ୍ଧିନୀ ବେଶରେ ସିଂହ ଉପରେ ବିରାଜମାନ କରି ମହିଷାସୁର କୁ ଵଧ କରିଥିଲେ ।ମଙ୍ଗଳବାର ଦିନ ନବମୀରେ ମା’ ମଙ୍ଗଳାଙ୍କ ଶାନ୍ତି ବେଶ ଅନୁଷ୍ଠିତ ହେବ ।ମା ‘ଙ୍କ ଦୁଲ୍ଳଭ ବେଶ ଦର୍ଶନ ପାଈଁ ରାଜ୍ୟ କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ଙ୍କ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଭିଡ଼ ଜମିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ