ମହାଷ୍ଟମୀ ରେ ଚଳଚଞ୍ଚଳ କୋଣାର୍କର ବିଭିନ୍ନ ଶକ୍ତିପୀଠ

କୋଣାର୍କ, (ଗଣେଷ ବେହେରା):ଆଜି ପବିତ୍ର ମହାଷ୍ଟମୀ ଉପଲକ୍ଷେ ଉତ୍ସଵ ମୁଖରିତ ହୋଇ ଉଠିଛି ପ୍ରତିଟି ଶକ୍ତି ପୀଠ।ପବିତ୍ର ମହାଷ୍ଟମୀ ପାଇଁ କୋଣାର୍କ ଅଞ୍ଚଳର ବିଭିନ୍ନ ଶକ୍ତି ପୀଠ ରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁ ଙ୍କ ଭିଡ଼।କୋଭିଡ କଟକଣା ମଧ୍ୟରେ ଭକ୍ତ ମାନେ ମା ଙ୍କ ଦର୍ଶନ କରିବା ସହ ପରିବାର ର କଲ୍ୟାଣ ମନାସିଛନ୍ତି।କୋଣାର୍କ ରେ ମା ଦୁର୍ଗତିନାସିନୀ ମା ଦୁର୍ଗା ଙ୍କ ମୃଣ୍ମୟୀ ମୂର୍ତ୍ତୀ ପୂଜା ମଣ୍ଡପ ରେ ପୂଜା ପାଉଥିବା ବେଳେ କୋଣାର୍କ ନିକଟରେ ଥିବା ପ୍ରସିଦ୍ଧ ଶକ୍ତି ପୀଠ ମା ରାମଚଣ୍ଡୀ ମନ୍ଦିର ରେ ମଧ୍ୟ ମା ରାମଚଣ୍ଡୀ ଆଜି ଶ୍ରଦ୍ଧାଳୁ ଙ୍କୁ ମହିଷାମର୍ଦ୍ଧିନି ବେଶ ରେ ଦର୍ଶନ ଦେଇଥିଲେ।କୋଣାର୍କ ର ଅନ୍ୟଏକ ପ୍ରସିଦ୍ଧ ଶକ୍ତି ପୀଠ ମା ଭଗବତୀ ମନ୍ଦିର ରେ ମା ଭଗବତୀ ଆଜି ଶ୍ରଦ୍ଧାଳୁ ଙ୍କୁ କାଳରାତ୍ରୀ ବେଶ ରେ ମଧ୍ୟ ଦର୍ଶନ ଦେଇଥିଲେ।କୋଣାର୍କ ଚମ୍ପାହର ର ଅଧିଷ୍ଠାତ୍ରୀ ଦେବୀ ବନଦୁର୍ଗା ଙ୍କ ପୀଠ ରେ ଆଜି ମହାଷ୍ଟମୀ ମଧ୍ୟ ପାଳନ କରାଯାଇଛି।ଏହା ସହ ଶାରଦୀୟ ଦୁର୍ଗାପୂଜା ପାଇଁ କୋଣାର୍କ ଉତ୍ସଵ ମୁଖରିତ ହୋଇ ଉଠିବା ସହ ମା ଙ୍କ ପୂଜା ମଣ୍ଡପ ରେ ମା ଙ୍କ ଦିବ୍ୟ ଦର୍ଶନ ପାଇଁ ସନ୍ଧ୍ୟା ରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ