ମହା ଆଡମ୍ବରରେ ଅନୁଷ୍ଠିତ ହେଲା ଘୋଷରାପଦା ଦୋଳ ମେଳନ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତର ଘୋଷରାପଦା ମେଳନ ପଡିଆରେ ମହାଆଡମ୍ବରରେ ପାଳିତ ହୋଇଯାଇଛି ଦୋଳଯାତ୍ରା । ଏଥିପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବାବେଳେ ରାତିରେ ଗୋପ, ହାଟଡିହି, ଅକରୁଆ, ଚୋରଗଡିଆ, ରଗୁଡି, ଘୋଷରାପଦା ଆଦି ଗ୍ରାମରୁ ସୁସଜ୍ଜିତ ଦୋଳ ବିମାନ ଗୁଡିକ ବିରାଟ ଶୋଭାଯାତ୍ରାରେ ମେଳନ ପଡିଆକୁ ଆସିଥିଲା । ଏଥିପାଇଁ ବିଭିନ୍ନ ନାଚ ଗୀତର ଆସର ଅନୁଷ୍ଠିତ ହୋଇଥିବାବେଳେ ବାଣ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସତ୍ୟନାରାୟଣ ପାଲା ଅନୁଷ୍ଠିତ ହେବା ସହ ଗାୟକ କ୍ଷୀରୋଦ ମିଶ୍ରଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା । ଶିଶିର କୁମାର ମହାନ୍ତି ଓ ପ୍ରହଲାଦ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନରହରି ପାତ୍ର, ମକରଧ୍ୱଜ ଜେନା, ଗଣେଶ୍ୱର ବାରିକ, ଗଗନ ବେହେରା, ପ୍ରହଲାଦ ମହାନ୍ତ, କରୁଣାକର ବାରିକ, ମଣିନାଥ ଜେନା, ପଞ୍ଚାନନ ଜେନା, ବୁଦ୍ଧଦେବ ଦାସ, କରୁଣାକର ନାୟକ, କର୍ତ୍ତମ ଜେନା, ରଥ ବାରିକ, ଭଗବାନ ବାରିକ, ନବ କିଶୋର ଜେନା, ବାସୁଦେବ ଜେନାଙ୍କ ସମେତ ଘୋଷରାପଦା ଗ୍ରାମବାସୀ ମାନେ ପରିଚାଳନା କରିଥିଲେ । ଏଥିପାଇଁ ସମ୍ପୁର୍ଣ୍ଣ ପଡିଆକୁ ସୁସଜ୍ଜିତ ଆଲୋକମାଳରେ ସଜା ଯାଇଥିବାବେଳେ ଗ୍ରାମର ଯୁବ ଗୋଷ୍ଠୀଙ୍କ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ର ସମ୍ପୁର୍ଣ୍ଣ ବ୍ୟବସ୍ଥା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ