ମହା ଆଡମ୍ବରରେ ପାଳିତ ହେଲା ସୂର୍ଯ୍ୟ ଦେବଙ୍କ ପୂଜା ବିଧି

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ସକଳ ଶକ୍ତିର ଆଧାର ପ୍ରଭୁ ଶ୍ରୀ ସୂର୍ଯୁଦେବ। ସକାଳର ପ୍ରଥମ କୀରଣରୁ ହୋଇଥାଏ ପ୍ରଭୁ ସୂର୍ଯ୍ୟଦେବଙ୍କ ଦିବ୍ୟ ଦର୍ଶନ। ଓଡ଼ିଶାରେ ଏକମାତ୍ର ସୂର୍ଯ୍ୟ ପୂଜା ଯାହାକି ବାରିପଦା ବାଘଡ଼ା ରୋଡ ଠାରେ ଦୀର୍ଘ ୫୮ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି। ପବିତ୍ର ଶାମ୍ବ ଦଶମୀ ରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି ସୂର୍ଯ୍ୟ ଦେବଙ୍କ ପୂଜା ବିଧି ଆଉ ପେଣ୍ଡେଲ ରେ ଶୋଭା ପାଉଛନ୍ତି ସୁନ୍ଦର ମୃର୍ଣ୍ଣୟ ସୂର୍ଯ୍ୟଦେବଙ୍କ ମୂର୍ତ୍ତି। ଆଜି ବୁଢାବଳଙ୍ଗ ନଦୀରୁ ଘଟ ଉତ୍ତୋଳନ କରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ସୂର୍ଯ୍ୟ ଦେବଙ୍କ ଘଟକୁ ଅଣାଯାଇଥିଲା। ଢୋଲ ମାଦଳ ବଜାଇ ମହିଳା ଓ ପୁରୁଷ ମାନେ ଅତି ସୁନ୍ଦର ନୃତ୍ୟ ପରିବେଷଣ କରିବା ସହ, ସଂକୀର୍ତ୍ତନ ମଣ୍ଡଳିଙ୍କ କୀର୍ତ୍ତନର ଗୁଞ୍ଜରିତ ହେଉଥିବା ବାରିପଦା ସହର କେବଳ ଏତିକି ନୁହେଁ ଆଦିବାସୀ ମହିଳା ସମ୍ପ୍ରଦାୟରେ ଲୋକେ ମୁଣ୍ଡରେ କଳସ ଧରି ଅତି ସୁନ୍ଦର ପାରମ୍ପରିକ ନାଚ ଗିତ କରିବା ସହ କମିଟି ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ଏହି ଘଟ ଯାତ୍ରାରେ ସାମିଲ ହୋଇଥିଲେ।କୁହାଯାଏ ଶାମ୍ବ ଦଶମୀ ଅବସରରେ ଭଗବାନ ସୂର୍ଯ୍ୟ ଦେବତା ଧରା ପୃଷ୍ଠରେ ଅବତରଣ କରି ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି। ଶ୍ରଦ୍ଧାଳୁ ପରିବାରର ସୁଖ ଶାନ୍ତି ଓ ସମୃଦ୍ଧି ପାଇଁ କାମନା କରିଥାନ୍ତି। ଖାସ କରି ବାରିପଦା ସହରବାସୀ ଏହିଦିନ ଟିକୁ ସୂର୍ଯ୍ୟଙ୍କର କୃପା ପାଇବାକୁ ଚାହିଁବସିଥାନ୍ତି। ସୂର୍ଯ୍ୟଦେବ ଦେବତାଙ୍କ ରଥାରୁଢ ପ୍ରତିମୂର୍ତ୍ତିକୁ ଶାମ୍ବଦଶମୀ ଅବସରରେ ପୁଜା କଲେ ପୁଣ୍ୟ ମିଳିବ ସହ ବହୁ ରୋଗ ର ଆରାଗ୍ୟ ହୋଇଥାଏ ବୋଲି ପ୍ରକାଶ କରିଛନ୍ତି ଭକ୍ତ। ରଥାରୂଢ଼ ସୂର୍ଯ୍ୟ ଦେବତାଙ୍କ ପୂଜା ବାରିପଦାର ଏକମାତ୍ର ପୂଜା ହୋଇଥିବା ବେଳେ ଏହା ଓଡିଶାର ଏକମାତ୍ର ଅନନ୍ୟ ପରମ୍ପରା ସୃଷ୍ଟି କରିଛି। ସୂର୍ଯ୍ୟ ନାରାୟଣଙ୍କ ଅତି ସୁନ୍ଦର ମୃଣ୍ମୟ ମୂର୍ତ୍ତି ଦେଖି ମନରେ ଏକ ଅନ୍ୟାନ୍ୟ ଅନୁଭୂତି ଆସିଥାଏ। ପ୍ରତିଥର ଶାମ୍ବ ଦଶମୀରେ ସୂର୍ଯ୍ୟଦେବ ଧରାପୃଷ୍ଟକୁ ଅବତରଣ କରିଥାନ୍ତି। ପ୍ରତ୍ୟକ୍ଷ ଦେବତା ରୂପେ ପୂଜା ପାଉଥିବା ପ୍ରଭୁ ଧରାପୃଷ୍ଠକୁ ଆସି ନିଜ ଭକ୍ତଙ୍କ ଗହଣରେ ରୁହନ୍ତି। ଏନେଇ ଭଗବାନଙ୍କ ସ୍ବତନ୍ତ୍ର ରୂପେ ପୂଜା ଅର୍ଚ୍ଚନା କରାଯାଏ। ବାରିପଦା ବାଘରାରୋଡରେ ଏହି ସୂର୍ଯ୍ୟପୂଜା ଦୀର୍ଘ ୫୮ ବର୍ଷରେ ପଦାର୍ପଣ କରିଛି। ପୂଜା କମିଟିର ସଦସ୍ୟ ମାନଙ୍କ ପରିଶ୍ରମ ପାଇଁ ଚଳିତ ବର୍ଷ ସୁନ୍ଦର ମୂର୍ତ୍ତି ସାଙ୍ଗକୁ ରଙ୍ଗବେ ରଙ୍ଗର ତୋରଣରେ ଝଲସୁଛି ବାଘଡା ରୋଡ଼ ଅଞ୍ଚଳ। ଘଟ ପରିକ୍ରମା ସମୟାରେ ପୂର୍ବତନ ଓଡିଶା କୃଷି ନିଗମ ଅଧକ୍ଷ ଦେବାଶିଷ ମହାନ୍ତି, ରାଜ୍ୟ ବିଜେପି ପ୍ରବକ୍ତା କବିବିଷ୍ଣୁ ଶତପଥୀ, ପୂର୍ବତନ ବିଧାୟକ ରାଜ କିଶୋର ଦାସ, ପ୍ରିତିନନ୍ଦା କାନୁନଗୋ, ନଗରପାଳ କୃଷ୍ଣାନନ୍ଦ ମହାନ୍ତି ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଓଡିଶାର ଏକ ଅନନ୍ତ ସୂର୍ଯ୍ୟପୂଜା କାରଣ ଓଡ଼ିଶାରେ କେବଳ ଏକ ମାତ୍ର ସ୍ଥାନରେ ସୂର୍ଯ୍ୟ ଦେବତାଙ୍କୁ ସାତଟି ଘୋଡା ସାରଥୀଙ୍କ ସହ ଶୋଭା ପାଇଥାନ୍ତି ସୁର୍ଯ୍ୟ ଦେବତା। ସୁର୍ଯ୍ୟ ଦେବଙ୍କ ସୁନ୍ଦର ପ୍ରତିମା ରଥାରୂଢ଼ ଦୃଶ୍ୟ ଦେଖିଲେ ମନରେ ଅଶେଷ ଶାନ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁ। ଉପସ୍ଥିତ ଶ୍ରଦ୍ଧାଳୁ ଙ୍କୁ କମିଟି ପକ୍ଷରୁ ଖିରୀ ପୁରି ବଣ୍ଟନ କରା ଯାଇଥିଲା। ହୋମ ଯଜ୍ଞ ଓ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ସହ ଧୁପ ଦୀପର ମହକରେ ସମଗ୍ର ଅଞ୍ଚଳକୁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ପୂଜା କମିଟିର ସଦସ୍ୟ ସନତ କୁମାର ପ୍ରହରାଜ, ମାନସ ରଞ୍ଜନ ସାହୁ, ଶୋଭନ ଦାସ, ସ୍ମେହାଶିଷ ମହାନ୍ତି, ଅଭିଷେକ ଦାଶ, ଆକାଶ ନନ୍ଦ,ବିଜୟ କୁମାର ବେହେରା, ଶୁଭକାନ୍ତ ମିଶ୍ର, ଲକି ଜେନା, ବିକ୍ରମ କେଶରୀ ଜେନା, ମାନସ ସେଠୀ(କୁଆଁ), ଶୁଭକାନ୍ତ ମିଶ୍ର, ଓହିଦ ଖାନ, ମୋନଜ ସେଣ୍ଡ, କିଶୋର ସାହୁ, ସତ୍ୟଜିତ ମହାନ୍ତି, ସୁନିଲ କର୍ମକାର, ସମୀର ଦାସ ଓ ସମସ୍ତେ ସଦସ୍ୟ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ