ମହା ଆଡମ୍ବର ସହିତ ଚାଲିଛି ମହା ଶିବ ରାତ୍ରି

ଉଦଳା,(ରାଜୀବ ବେହେରା ): ଆଜି ହେଉଛି ମହାଶିବ ରାତ୍ରି l ଏଥିପାଇଁ ରାଜ୍ୟରେ ସମସ୍ତ ଶୈବ ପୀଠ ସଜେଇ ହୋଇଛି l ଶ୍ରଦ୍ଧାଳୁ ଭକ୍ତ ମାନେ ଶୁଭ ମନlସୀ ଶୈବ ପୀଠରେ ବାବା ଭୋଳାନାଥଙ୍କୁ ଭକ୍ତିର ସହିତ ପୂଜାର୍ଚନା କରୁଛନ୍ତି l ଏଥିପାଇଁ ମନ୍ଦିର ମାନଙ୍କ ରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଙ୍କ ଭିଡ ଲାଗିଛି l ଉଦଳା ଅଞ୍ଚଳ ରେ ବିଭିନ୍ନ ଶୈବ ପୀଠ ରେ ଲାଗିଛି ଭକ୍ତ ଙ୍କ ଭିଡ, ଭକ୍ତ ମାନେ ମନ୍ଦିର ଅଗଣାରେ ସକାଳ ପ୍ରହରରୁ ଅଖଣ୍ଡ ଦୀପ ଧlରି ମାନେ ଶିବ ଶରଣ ହୋଇ ଜାଗର ଦୀପ ଜଳୁଛନ୍ତି l ସେହି ଭଳି ଭାବରେ ମୟୁରଭଞ୍ଜ ଜିଲ୍ଲାରେ ଭରି ରହିଛି ଅନେକ ପ୍ରାଚୀନ୍ନ ପୁରାତନ ଶୈବ ପୀଠ, ଏହି ଶୈବ ପୀଠ ସାରା ଭାରତବର୍ଷ ରେ ପରିଚିତ l ଏହି ମନ୍ଦିର ରେ ଥିବା ଲିଙ୍ଗ ସାଧାରଣ ନୁହଁ ଅସାଧାରଣ କlରଣ ମନ୍ଦିର ଭିତରେ ପୂଜା ପାଉଥିବା ଲିଙ୍ଗ ପାତାଳ ଫୁଟ, ଏହି ଶୈବ ପୀଠକୁ ବହୁ ମାନସିକ ଶ୍ରଦ୍ଧାଳୁ ଙ୍କ ଆଗମନ ହୋଇ ଥାଏ, ବାବା ଭୋଳା ନାଥ ସମସ୍ତଙ୍କ ଦୁଃଖ ଶୁଣୁଛନ୍ତି, ସେଥିପାଇଁ ଭକ୍ତ ଆଜି ଉଜାଗର ହୋଇ ଦୀପ ଜଳୁଛନ୍ତି, ଆଉ ଏହି ପବିତ୍ର ମହା ଶିବ ରାତ୍ରି ରେ ଦୀପ ଜlଳୁଛନ୍ତି, ଆଉ ଅନାଇ ବସି ବାବା ଭୋଳା ନାଥଙ୍କ ମହା ଦୀପ କେତେବେଳେ ଉଠିବ,କେତେ ବେଳେ ମହାଦୀପ ଉଠିବ ସେତେବେଳ ପର୍ଯ୍ୟନ୍ତ ଉଜାଗର ରହି ଦୀପ ଜଳୁଛନ୍ତି l ପୁରାତନ ପ୍ରାଚୀନ୍ନ ଶୈବ ପୀଠ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଜିଲ୍ଜା ଝିଙ୍କପଦା ବାବା ଝିଙ୍କେଶ୍ବର ମହାଦେବଙ୍କ ପୀଠ ଅନ୍ୟତମ l ବାବା ଝିକେଶ୍ୱର ଙ୍କ ମନ୍ଦିର l ଶିବରାତ୍ରି ପାଇଁ ଚଳଚଞ୍ଚଳ ରହିଛି ଝିଙ୍କେଶ୍ୱର ମନ୍ଦିର ଆଜି ହେଉଛି ମହା ଶିବରାତ୍ରି ପବିତ୍ର ଜାଗର , ବାବା ଭୋଳାନାଥଙ୍କ ବଡ ପର୍ବ,ଭକ୍ତ ଆଉ ଭଗବାନଙ୍କ ଭିତରେ ଭିତରେ ମହା ମିଳନର ପର୍ବ, ବର୍ଷକେ ଥରେ ଏହି ସମୟ କୁ ଅପେକ୍ଷା କରି ରହିଥାନ୍ତି ଶ୍ରଦ୍ଧାଳୁ l ପ୍ରlୟତ ଶ୍ରଦ୍ଧାଳୁ ମାନଙ୍କ ଗହଣରେ ମନ୍ଦିର ଆଜି ଜନ ସମୁଦ୍ର ହୋଇଛି l ଭକ୍ତ ମାନେ ମାନସିକ କରି ଜାଗର ଦୀପ ଜାଳି ନିଜର କଷ୍ଟ ବାବାଙ୍କ ନିକଟରେ ଶୁଭ ମନାସି ମନ୍ଦିର ବେଢାରେ ବସିଛନ୍ତି l ବାବା ଝିଙ୍କେଶ୍ୱର ଙ୍କ ମନ୍ଦିର ର ରୂପ ରେଖ ପରିବର୍ତ୍ତନ ହୋଇ ଥିଲେ ମଧ୍ୟ ଆହୁରି ବହୁତ କିଛି ସମସ୍ୟା ରହିଛି ଯାହା ସାଧାରଣରେ ଆଲୋଚନା ର ବିଷୟ ଦେଖିବାକୁ ମିଳିଛି l ତେବେ ଆଗକୁ ଦେଖିବାକୁ ବାକି ରହିଛି ସ୍ଥାନୀୟ ପ୍ରଶାସନ ଏବଂ ସରକାର ଙ୍କର ଏହି ମନ୍ଦିରର ଉର୍ନତି ପାଇଁ କେଵେ ନଜର ପଡୁଛି, ଆଉ କେଵେ ହେଉଛି ସମସ୍ୟlର ସମାଧାନ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ