ମହା ଦୁର୍ନିତର ମହା ଖୁଲାସା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ସରକାର ଚାଷୀ କୁଳ ଉର୍ଣତି ପାଇଁ ହଜାର ହଜାର କୋଟି ରୁଣ ଆକାରରେ ଦେଉଛନ୍ତି କିନ୍ତୁ ଏଠି ଚାଷୀ ରୁଣ ପାଉନାହାନ୍ତି ।ସମବାୟ ସମିତିର କର୍ମଚାରୀଙ୍କ ଦ୍ୱାରା ସୁଶୀତ ହେଉଛନ୍ତି।ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଧମାନଗର ବ୍ଲକ ଗୋବିନ୍ଦପୁର ଗ୍ରା,ପ, ଅଧିନସ୍ଥ ରେ ଥିବା ବରଗଡ଼ା ସେବା ସମବାୟ ସମିତିର, ସମ୍ପାଦକ।ଶ୍ରୀ ଅଶୋକ କୁମାର ବସନ୍ତିଆଙ୍କ ଶୋଷଣ ତଥା ଭ୍ରଷ୍ଟାଚାର ସହିତ ମହାଦୁର୍ନୀତି ସମ୍ପ୍ରର୍କରେ ମହା ଅଭିଯୋଗ ପତ୍ର ତୁରନ୍ତ ଭିଜିଲାନ୍ସ ଅଫିସର ଙ୍କ ଦ୍ଵାରା ତଦନ୍ତ କରି ସମ୍ପାଦକ ଙ୍କୁ ବହିଷ୍କାର ନିମନ୍ତେ ଦାବୀ କରିଛନ୍ତି କାରଣ ଗ୍ରା:ପ: ରେ ୭ ଟି ରାଜସ୍ୱ ଗ୍ରାମର ଚାଷୀ ବୃନ୍ଦ ବସ ବାସ କରୁଛନ୍ତି।ଗୋବିନ୍ଦପୁର ଗ୍ରା,ପ, ର ଏକ ମାତ୍ର ବରଗଡା ସେବା ସମବାୟ ସମିତି କୋରୁଆ ଗ୍ରାମରେ ଅବସ୍ଥିତ ଅଟେ।ଉକ୍ତ ସମିତିରେ ପ୍ରାୟ ୧୪୦୦ ଚାଷୀ ବିଭିନ୍ନ ପ୍ରକାର ଋଣ କରିଥିଲେ ମଧ୍ୟ ସେଥି ମଧ୍ୟରୁ ୪୫୦ ଜଣ ଚାଷୀ କେବେବି କୌଣସି ଦିନ ସମବାୟ ସମିତି କୁ ଯାଇ ନାହାନ୍ତି।କିମ୍ବା କୌଣସି ଋଣ କରିନାହାନ୍ତି।ଯେଉଁ ୯୫୦ ଚାଷୀ ଋଣ କରିଛନ୍ତି।ସେମାନଙ୍କ ଋଣ ବହି ଓ ଚେକ ବହି ସମ୍ପାଦକ ନିଜ ପାଖରେ ରଖି ନିଜ ଇଚ୍ଛା ରେ ପ୍ରତ୍ତ୍ୟକ ରୁଣୀଙ୍କ ଖାତାରେ ୩ ବର୍ଷ ମଧ୍ୟରେ ୧୦ ଗୁଣ ଋଣ ବଡାଯାଇଛି।ଯାହାକି ଋଣୀ କେହି ଜାଣି ନାହାଁନ୍ତି।କିନ୍ତୁ ଦୁଃଖ ଓ ପରିତାପର ବିଷୟ ଚାଷୀ ଜାଣିବାକୁ ପାଇଲେ ସମ୍ପାଦକ।ଶ୍ରୀ ଅଶୋକ କୁମାର ବସନ୍ତିଆ ପ୍ରାୟ ୩ କୋଟି ଟଙ୍କା ହେବ ଋଣ ଉଠାଣ କରି ଆତ୍ମସାତ କରିଛନ୍ତି।ଗରିବ ଖଟି ଖିଆ ଦାବି କରିଛନ୍ତି ଯେ ୪୫୦ ଜଣଙ୍କ ଋଣ ବାବଦରେ ଉପରସ୍ଥ ଅଧିକାରୀ ତଦନ୍ତ କରି ଚାଷୀ ମାନଙ୍କ ଋଣ ପରିଷଧ କରାଇବା ପାଇଁ ଦାବି କରିଛନ୍ତି।