ମହିନ୍ଦ୍ରା ଲାଷ୍ଟ୍ ମାଇଲ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ‘ମହିନ୍ଦ୍ରା ଜିଓ’ ଉନ୍ମୋଚିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହିନ୍ଦ୍ରା ଲାଷ୍ଟ୍ ମାଇଲ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଏକ ନୂଆ ବୈପ୍ଳବିକ ଚାରି ଚକିଆ ଯାନ ‘ମହିନ୍ଦ୍ରା ଜିଓ’ ଉନ୍ମୋଚନ କରାଯାଇଛି । ଜିରୋ ଏମିସନ୍ ଅପ୍‌ସନ(ଜେଡ୍‌ଇଓ)୍‌ରୁ ‘ଜିଓ’ଶବ୍ଦ ଆସିଛି ଯାହା ଇଲେକ୍ଟ୍ରିକ୍ ଯାନର ପରିବେଶ ପ୍ରତି ଦାୟିତ୍ୱବୋଧକୁ ଦର୍ଶାଉଛି । ଦୂରଦୂରାନ୍ତ ପର୍ଯ୍ୟନ୍ତ ପରିବହନର ବିଦ୍ୟୁତକରଣ କରିବା ଏବଂ ଜୀବନରେ ସମୃଦ୍ଧ ହେବାରେ ଗ୍ରାହକଙ୍କୁ ସହାୟକ ହେବା ଲାଗି କମ୍ପାନିର ରହିଥିବା ଲକ୍ଷ୍ୟ ସହ ଏହା ସମନ୍ୱିତ ରହିଛି । ଦୁଇଟି ଭାରିଆଂଟ୍‌ରେ ଉପଲବ୍ଧ ହେଉଥିବା ମହିନ୍ଦ୍ରା ଜିଓକୁ ସହରାଚଂଳ ଲଜିଷ୍ଟିକ୍ସ ଆବଶ୍ୟକତା ପୂରଣ କରିବା ଲାଗି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ଏହାର ଏକ୍ସ ସୋ’ରୁମ୍ ଦାମ୍ ୭.୫୨ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି । ଏହି ଗାଡ଼ି ଜରିଆରେ ଗ୍ରାହକମାନେ ଡିଜେଲ୍ ଚାଳିତ ଗାଡ଼ି ତୁଳନାରେ ସାତ ବର୍ଷ ମଧ୍ୟରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂଚୟ କରିପାରିବେ । ମହିନ୍ଦ୍ରା ଜିଓରେ କମ୍ପାନି ପକ୍ଷରୁ ହାଇ ଭୋଲ୍‌ଟେଜ୍ ୩୦୦+ ଭୋଲ୍‌ଟ ଢାଂଚା ବ୍ୟବହାର କରାଯାଇଛି ଯାହା ଅଧିକ ରେଂଜ୍ ସହିତ ଦ୍ରୁତ ଚାର୍ଜିଂ ସୁବିଧା ପ୍ରଦାନ କରିବ । ଏହାର ଅତ୍ୟାଧୁନିକ ମୋଟର ୩୦ କିଲୋୱାଟ୍ ଶକ୍ତି ଓ ୧୧୪ ଏନ୍‌ଏମ୍ ଟର୍କ ଉତ୍ପନ୍ନ କରୁଛି । ଏହାର ଶ୍ରେଷ୍ଠ ବେଗ ହେଉଛି ଘଂଟା ପିଛା ୬୦କିମି । ଏଥିରେ ଶୀଘ୍ର ପରିବହନ କରାଯାଇପାରିବ, ଫଳରେ ଦ୍ରୁତ ଆୟ ହେବ । ଏହାର ପେଲୋଡ୍ କ୍ଷମତା ହେଉଛି ୭୬୫ କିଲୋ ପର୍ଯ୍ୟନ୍ତ । ବାସ୍ତବ ଦୁନିଆ ଗାଡ଼ି ଚାଳନା ସ୍ଥିତିରେ ଏହାର ରେଂଜ୍ ୧୬୦ କିମି ରହିଛି । ଏଥିରେ ଜେନେରେଟିଭ୍ ବ୍ରେକିଂ ବ୍ୟବସ୍ଥା ରହିଛି ଯାହା ଗାଡ଼ିର ସୁରକ୍ଷାକୁ ବଢ଼ାଉଛି । ଇକୋ ଓ ପାୱାର ଭଳି ଦୁଇଟି ମୋଡ୍ ଏଥିରେ ରହିଛି । ଡିସି ଚାର୍ଜରେ ଏହାକୁ ୬୦ ମିନିଟ୍ ଚାର୍ଜ କଲେ ତ୍‌ାହା ୧୦୦ କିମି ଯାତ୍ରା କରିପାରିବ ।ଏହାର ଡ୍ୟାସ୍‌ବୋର୍ଡକୁ ଅତ୍ୟନ୍ତ ଯତ୍ନର ସହ ପ୍ରସ୍ତୁତ କରାଯାଇଛି । ଏକ ଟାଇପ୍‌-ସି ଚାର୍ଜର, ୟୁଏସ୍‌ବି ଚାର୍ଜିଂ ସ୍ଲଟ୍‌, ଲକ୍ ହୋଇପାରୁଥିବା ଗ୍ଲୋଭ୍ ବାକ୍ସ, ପୂର୍ଣ୍ଣ ଡିଜିଟାଲ୍ ଇନଷ୍ଟ୍ରୁମେଂଟ୍ କନ୍‌ସୋଲ୍ ଭଳି ସୁବିଧା ଏଥିରେ ରହିଛି । କମ୍ପାନି ପକ୍ଷରୁ ଜିଓ ବ୍ୟାଟେରି ଉପରେ ୭ ବର୍ଷ/୧.୫ କିମି ୱାରେଂଟି ପ୍ରଦାନ କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ଏଥିରେ ରହିଛି ଡ୍ରାଇଭର ନିରୀକ୍ଷଣ ବ୍ୟବସ୍ଥା ଯେଉଁଥିରେ ଏଡିଏଏସ୍‌ର ଶକ୍ତି ରହିଛି । ଏଥିରେ ଲେନ୍ ଡିପାରେଚର ୱାର୍ଣ୍ଣିଂ, ହେଡ୍‌ୱେ ମନିଟରିଂ, ଡ୍ରାଇଭର ବିହେବିଅରାଲ୍ ଆନାଲିସିସ୍‌, ପେଡେଷ୍ଟ୍ରିଆନ୍ କୋଲିଜନ୍ ଭଳି ବ୍ୟବସ୍ଥା ରହିଛି । ଏଥିରେ ହିଲ୍ ହୋଲ୍‌ଡ ଆସିଷ୍ଟ, ୧୮୦ ଏମଏମ ଗ୍ରାଉଣ୍ଡ କ୍ଲିୟରାନ୍ସ ରହିଛି । କମ୍ପାନି ପକ୍ଷରୁ ଉଦୟ କାର୍ଯ୍ୟକ୍ରମ ଅଧୀନରେ ମହିନ୍ଦ୍ରା ଜିଓ ପାଇଁ ପ୍ରଥମ ତିନି ବର୍ଷ ଲାଗି ଡ୍ରାଇଭରଙ୍କ ନିମନ୍ତେ ୧୦ ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯାଉଛି ।
ମହିନ୍ଦ୍ରା ଲାଷ୍ଟ୍ ମାଇଲ୍ ମୋବିଲିଟିର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ସୁମନ ମିଶ୍ରା କହିଛନ୍ତି ଯେ, “ଅଭିନବ ପ୍ରଯୁକ୍ତି, ଭରସାଯୋଗ୍ୟ ଉତ୍ପାଦ, ସମନ୍ୱିତ ସମାଧାନ ସହିତ ଦୂରଦୂରାନ୍ତ ବିଦ୍ୟୁତକ ପରିବହନ ବ୍ୟବସ୍ଥାକୁ ରୂପାନ୍ତରିତ କରିବା ଲାଗି ତଥା ପରିବେଶ ପ୍ରତି ଆମର ରହିଥିବା ଦାୟିତ୍ୱବୋଧର ଉପଯୁକ୍ତ ପ୍ରମାଣ ହେଉଛି ମହିନ୍ଦ୍ରା ଜିଓ । ଆମର ବିଶ୍ୱାସ ରହିଛି ଯେ ମହିନ୍ଦ୍ରା ଜିଓ ବାଣିଜ୍ୟିକ ଯାନ ବର୍ଗରେ ଇଲେକ୍ଟ୍ରିକ୍ ଯାନର ଗ୍ରହଣୀୟତାରେ ସହାୟକ ହେବ ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ