ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ଚୋରୀ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ପୈାରାଚଂଳ ଅନ୍ତର୍ଗତ ମହିପାଳ ଗ୍ରାମର ଜନୈକ ସେନା କର୍ମଚାରୀଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାରିରେ ବାରିପଟ ଝରକା ତାଡି ଚୋରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ମହିପାଳ ଗ୍ରାମର ଅବସରପ୍ରାପ୍ତ ସେନାକର୍ମଚାରୀ ଗୈାରାଙ୍ଗ ଚରଣ ପ୍ରଧାନଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୁତ ତାଙ୍କ ଘରର ପଛପଟ ଝରକା ଓ ଗ୍ରୀଲ ଡାଡି ଘରେ ପଶି ବାକ୍ସ ଭାଙ୍ଗି ବହୁ ମୁଲ୍ୟବାନ ଜିନିଷ ପତ୍ର ଚୋରି କରିନେଇଛି । ଚୋରୀ ହୋଇଥିବା ଜିନିଷ ମଧ୍ୟରେ ନଗଦ ୨୫ହଜାର ଟଙ୍କା ସମେତ ସୁନାର ହାର, ଚୁଡି ଓ କାନଫୁଲ ଇତ୍ୟାଦି ପ୍ରାୟ ଏକଲକ୍ଷ ଟଙ୍କାର ଓ ତାଙ୍କ ପତ୍ନୀଙ୍କର ଶାଢି ପ୍ରଭୃତି ରହିଛି । ଏସମ୍ପର୍କରେ ଶନିବାର ଅଭିଯୋଗ ପାଇବା ପରେ ଟାଉନ ଥାନା ସବଇନିସପେକ୍ଟର ପ୍ରଜ୍ଞାଶ୍ରୀ ନାୟକଙ୍କ ସମେତ ସାଇଂଟିଫିକ ଟିମ ଘଟଣାସ୍ଥଳ ପରିଦର୍ଶନ କରି ପ୍ରାଥମିକ ତଦନ୍ତ କରି ଫେରିଯାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ