ମହିପାଳ ପୈାରସଂସ୍ଥା ଉଚ୍ଚବିଦ୍ୟାଲୟର ବାର୍ଷିକ କ୍ରୀଡାଉତ୍ସବ ଉଦଯାପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରସ୍ଥ ପୈାର ସରକାରୀ ଉଚ୍ଚ ବିଦ୍ୟାଳୟ, ମହିପାଳର ଶିକ୍ଷାବର୍ଷ ୨୦୨୩-୨୪ ବାର୍ଷିକ କ୍ରୀଡା ଉତ୍ସବ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୋ ସ୍କୁଲ ଅଭିଯାନର ସଭାପତି ଶରତ କୁମାର ବେହୁରା, ପୈାରସଭ୍ୟା ଅସୀମା ନାୟକ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଦଇତାରୀ ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କ୍ରୀଡା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିବା ସହିତ କ୍ରୀଡାର ଉପକାରିତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବକୁ ଶିକ୍ଷୟିତ୍ରୀ ସ୍ୱର୍ଣ୍ଣମୟୀ ଷଡଙ୍ଗୀ, ସୁଚିତ୍ରା ଜେନା, ଜଗନ୍ନାଥ ତ୍ରିପାଠୀ, ରହେଲା ମୁଜୀବ୍‌, ଅହଲ୍ୟା ସାହୁ, ମହମ୍ମଦ ୟୁସୁଫ ଇକବାଲ୍‌, ସୈାମ୍ୟରଞ୍ଜନ ପଟ୍ଟନାୟକ, କ୍ରୀଡା ଶିକ୍ଷୟିତ୍ରୀ ଶଶିରେଖା ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ରଚାତ୍ରୀ, ଅଭିଭାବକ ଓ ପରିଚାଳନା ସମିତିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ଶୁକ୍ଳା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ