ମହିମା ଅଲେଖ

ବନ୍ଦେ ପଦ୍ମପାଦ
ଅଲେଖ ଆନନ୍ଦ
ଶୂନ୍ଯ ମନ୍ଦିରେ ବିହାର,
ନିରାକାର ଜ୍ୟୋତି
ଅଖଣ୍ଡ ବିଭୂତି
ଅନୁଭବେ ପାଦ ଧର ।

ନାହିଁ ଥଳ କୂଳ
ନାହିଁ ବୃକ୍ଷ ମୂଳ
ଅନନ୍ତ ତାଙ୍କ ମୂରତି,
ନାହିଁ ତାଙ୍କ ଛାଇ
ନମାରନ୍ତି ହାଇ
ଅଣାକାରେ ବିହରନ୍ତି ।

ଯାଉଛି ଆସୁଛି
ବାରଣ ନୋହୁଛି
ବହୁଛି ଅବନା ବାଇ,
ଅନୁମାନ କର
ଅନୁଭବେ ଧର
ଅନାହତ ଧ୍ବନି ସେହି ।

ଅଜପା ଅଲେଖ
ଅବର୍ଣ୍ଣ ଅରୂପ
ଅଣାକାର ନିରାକାର
ଧ୍ବନି ମନ୍ଦିରରୁ
ଜ୍ୟୋତି ମନ୍ଦିରରେ
ଅନନ୍ତ ପଦ୍ମେ ବିହାର ।

ଥିଲେ ପୂର୍ବଭାଗ୍ଯ
ସାଧୁସଙ୍ଗ ଯୋଗ
ଅମାପକୁ ମାପିପାର,
ଅଭକ୍ଷ ଭକ୍ଷିବ
ଅଗମ୍ଯ ଗମିବ
ତରିବ ଭବ ସଂସାର ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ