ମହିମା ଆଶ୍ରମର ବାର୍ଷିକ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତିବର୍ଷ ପରି ଚଳିତବର୍ଷ ଫାଲଗୁନ ଶୁକ୍ଳପକ୍ଷ ଦଶମୀରେ ଅନ୍ଧାରୁଆ ଗ୍ରାମ ପ୍ରଭୁଦ୍ଧ ବିହାରସ୍ଥିତ ମହିମା ଆଶ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମଲୀନ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବା ମହୋଦୟଙ୍କ ପୂର୍ବ ଆଦେଶ ଅନୁଯାଇ ବ୍ରହ୍ମଅବଧୂତ ବ୍ରଜବନ୍ଧୁ ବାବାଙ୍କ ଅଧ୍ୟକ୍ଷତାରେ ବ୍ରହ୍ମଧ୍ଵନି ସ୍ଥାପନ ଓ ଘୃତାବତୀ ପ୍ରଜ୍ବଳନ କରାଯାଇଥିଲା l ଉକ୍ତ ମହୋତ୍ସବରେ ମହିମା ଧର୍ମ ସମାଜର ପର ସନ୍ୟାସୀ ଓ ଅପର ସନ୍ୟାସୀ ଭକ୍ତବୃନ୍ଦ ଓ ଭକ୍ତ ପ୍ରେମୀ ଯୋଗ ଦେଇଥିଲେ l ପାହାଡ଼ଟି ମହିମା ଅଲେଖ ଧର୍ମରେ କମ୍ପି ଉଠିବା ସହିତ ଧର୍ମୀୟ ବାତା ବରଣ ସୃଷ୍ଟି ହେଇଥିଲା l ସାୟମ ସମୟରେ ପ୍ରସାଦସେବନ ସହିତ ପ୍ରବଚନ, ଭଜନ, କୀର୍ତ୍ତନ କରାଯାଇଥିଲା l ଉକ୍ତ ମହୋତ୍ସବଟିକୁ ଅନ୍ଧାରୁଆ ଗ୍ରାମବାସୀ ଓ ମହିମା ସମାଜ ର ଭକ୍ତମାନେ ସୁଚାରୁରୂପେ ପରିଚାଳନା କରିଥିଲେ ବୋଲି ମହିମା ସେବା ଫାଉଣ୍ଡେସନର ସଭାପତି ନାରାୟଣ ଖୁଣ୍ଟିଆ ଏକ ପ୍ରେସ ବିଜ୍ଞପ୍ତିରେ ଦର୍ଶାଇ ଥିଲେl

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ