ମହିମା ସେବା ଫାଉଣ୍ଡେସନର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ପାଳିତ
ଭୁବନେଶ୍ୱର,(ୱାଇଏନ୍ଏସ୍): ସ୍ଥାନୀୟ ବମିଖାଲ୍ ଲେବଲ୍ କ୍ରସିଂ ସମ୍ମୁଖ ବସ୍ତିଠାରେ ସାମାଜିକ ଅନୁଷ୍ଠାନ ମହିମାସେବା ଫାଉଣ୍ଡେସନର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ସମାଜସେବୀ ନାରାୟଣ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ,ସାହିତ୍ୟିକା ତଥା ସମାଜସେବିକା ଜୟଶ୍ରୀ ଦାସ ସ୍ୱତନ୍ତ୍ର ଅତିଥି ଭାବେ ଓ ନାରାୟଣ ସେବା ଫାଉଣ୍ଡେସନର ସଂପାଦିକା, ସମାଜ ସେବିକା ସମିତା ମହାରଣା ସମ୍ମାନିତ ଅତିଥିଭାବେ ଯୋଗଦେଇ ଅଭାବୀ, ଅସହାୟ ବ୍ୟକ୍ତିମାନଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିଥିଲେ । ଏହି ଅବସରରେ ଅତିଥିମାନେ ନିଜ ନିଜ ବକ୍ତବ୍ୟ ରଖିବା ସହ ସରକାରଙ୍କର କୋଭିଡ୍ ନିୟମ ପାଳନ ସହ ସ୍ୱଚ୍ଛତା ସମ୍ବନ୍ଧରେ ସଚେତନତା କରାଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ନାରାୟଣ ଖୁଣ୍ଟିଆ ମତବ୍ୟକ୍ତ କରି କହିଲେ ଯେ, ରାଜଧାନୀର ବିଭିନ୍ନ ସ୍ଥାନରେ ଫାଉଣ୍ଡେସନ ବିିଭିନ୍ନ ସମାଜସେବା ମୂଳକ କାର୍ଯ୍ୟକ୍ରମ କରି ଆସୁଛି,ଆଗକୁ ଏହିପରି ସାମାଜିକ କାର୍ଯ୍ୟକ୍ରମ ଅବ୍ୟାହତ ରହିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମକୁ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ପରିଚାଳନା ଓ ସଂଯୋଜନା କରିବା ସହ ପ୍ରମୁଖ ସହଯୋଗ କରିଥିଲେ ମଦନ ମୋହନ ପାଢ଼ୀ, ସତ୍ୟବ୍ରତ ଜେନା,ଦୀପକ ରଣା ପ୍ରମୁଖ ଉପସ୍ଥିତ ଥିଲେ |
।


