ମହିମା ସେବା ଫାଉଣ୍ଡେସନ ପକ୍ଷରୁ ବସ୍ତ୍ର ଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପବିତ୍ର ଜନ୍ମାଷ୍ଟମୀ ଓ କ୍ରିଷ୍ଣା ର ୧୯ ତମ ଜନ୍ମ ଦିବସ ଅବସରରେ ବମିଖାଲ ସ୍ଥିତ ବସ୍ତି ରେ ଏକ ବସ୍ତ୍ରଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବ୍ରଜବନ୍ଧୁ ପରିଡା, ସମ୍ମାନିତ ଅତିଥି ଭାବେ ସାମ୍ବାଦିକା ସମାଜସେବୀକା ରୀନା ମହାନ୍ତି, ମୁଖ୍ୟବକ୍ତା ଭାବେ ଉତ୍କଳ ବୁଲେଟିନ ସମ୍ପାଦକ ଅରବିନ୍ଦ ତ୍ରିପାଠୀ ଯୋଗ ଦେଇ ଅସହାୟ ମାନଙ୍କ ସେବା ମାଧବ ଙ୍କ ସେବା ସହିତ ସମାନ ବୋଲି ମତବ୍ୟକ୍ତ କରିଥିଲେ. ମହିମା ସେବା ଫାଉଣ୍ଡେସନ ର ସଭାପତି ନାରାୟଣ ଖୁଣ୍ଟିଆ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ପ୍ରାୟ ୧୫ ଟି ପରିବାର କୁ ବସ୍ତ୍ର ବଣ୍ଟନ କରାଯାଇଥିଲା.


