ମହିଳାକୁ ଅସଦାଚରଣ ଅଭିଯୋଗ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ଥାନା ଅନ୍ତର୍ଗତ କୋରୁଅ ପଂଚାୟତ ଗାରୋଇ(ଡାହାଣୀଖିଆ)ଗ୍ରାମର ଜୈନିକା ମହିଳାଙ୍କୁ ଅସଦାଚରଣ ହୋଇଥିବାକୁ ନେଇ ଥାନାରେ ସୋମବାର ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ଜୈନିକା ମହିଳାଙ୍କ ସ୍ୱାମୀ ଜଣେ ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ସେ ରବିବାର ବିଳମ୍ବିତ ରାତିରେ ଟ୍ରାକ୍ଟର ନେଇ ଯାଇଥିବା ସମୟରେ ପଡୋଶୀ ଦୀପକ ପରିଡା ତାଙ୍କ ଘରେ ପଶି ତାଙ୍କୁ ଜୋର ଜବରଦସ୍ତ ଟଣାଓଟରା କରିବା ସହିତ ଲିଗାପଟା ଚିରି ଦେଇଥିଲା । ସେ ଚିତ୍କାର କରିବାରୁ ଦୀପକ ସେଠାରୁ ଖସି ପଳାଇ ଯାଇଥିବା ମହିଳା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗ ପାଇବା ପରେ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହିତ ୧୯୦/୨୦୧୯ରେ ମାମଲା ରୁଜୁ କରିଥିବା ପ୍ରକାଶ କରିଛନ୍ତି ।


