ମହିଳାଗୋଷ୍ଠୀ ଦୁଇ ଫାଳ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତର ମା ମଙ୍ଗଳା ଏସଏଚଜି ଗ୍ରୁପ ଦୁଇଭାଗରେ ବିଭକ୍ତ ହୋଇଯାଇଥିବା ଜଣାଯାଇଛି। ଏକ ଋଣ ବାବଦୀୟ ଅର୍ଥ ପରିଶୋଧକୁ କେନ୍ଦ୍ର କରି ଏସଏଚଜିର କିଛି ମହିଳା ପଞ୍ଚାୟତ ଏମବିକେଙ୍କ ଦୋଷ ଦେଉଛନ୍ତି। ଋଣ ସୁଝି ଦେବାକୁ କହି ଏମବିକେ ୨୦ହଜାର ଟଙ୍କା ନେଇଥିବା ଏସଏଚଜି ଗ୍ରୁପର ସଭାପତି, ସମ୍ପାଦକ ଓ ଅନ୍ୟମାନେ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଆଜି ଏସଏଚଜିର ୪ଜଣ ସଦସ୍ୟାଙ୍କ ସମେତ ପଞ୍ଚାୟତ ସଂଘ ସଭାନେତ୍ରୀ ଏମବିକେ ସମ୍ପୂର୍ଣ୍ଣ ନିର୍ଦୋଷ ଥିବା ବିଡ଼ିଓଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି। ସଭାନେତ୍ରୀ ବୀଣାପାଣି ଜେନା, ଏସଏଚଜି ସଦସ୍ୟା ସନୁ ଜେନା, କମଳା ଜେନା, ବୀଣା ଜେନା, ସରସ୍ବତୀ ଜେନାଙ୍କ କହିବା କଥା ଯେ ଏମବିକେ ତାଙ୍କ ଠାରୁ ଋଣ ସୁଝିବା ବାବଦରେ କୌଣସି ଅର୍ଥ ନେଇ ନାହାନ୍ତି। ତେଣୁ ଏସଏଚଜିର ଅନ୍ୟ ସଦସ୍ୟା ମାନେ ଏମବିକେଙ୍କ ପ୍ରତି ବ୍ୟକ୍ତିଗତ ଆକ୍ରୋଶ ରଖି ଏଭଳି ମିଥ୍ୟା ଅଭିଯୋଗ କରିଥିବା ବିଡ଼ିଓଙ୍କ ନିକଟରେ ଲିଖିତ ଭାବେ ଜଣାଯାଇଛି।


