ମହିଳାଙ୍କୁ ଅସଦାଚରଣ ଅଭିଯୋଗ,ଅଭିଯୁକ୍ତ ଫେରାର

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ର ଜଣେ ମହିଳାଙ୍କୁ ରାସ୍ତାରେ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଏତଲାକୁ ଭିତ୍ତିକରି ଦିଗପହଣ୍ଡି ଥାନା ଆଇ.ଆଇ.ସି ବସନ୍ତ କୁମାର ସେଠୀ ମାମଲା ନଂ.୨୪୦/୨୦ ଦଫା – ୨୯୪/୩୨୩/୩୫୪(କ)/୫୦୬ ଆଇ.ପି.ସି ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଗିରଫ ଭୟରେ ଅଭିଯୁକ୍ତ ଜଣକ ଫେରାର ଥିବା ଜଣାପଡିଛି । ଗତ ଶୁକ୍ରବାର ଅପରାହ୍ନ ପ୍ରାୟ ୪ ଟାରେ ମହିଳା ଜଣକ କାମସାରି ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କୁ ରାସ୍ତାରେ ଗାଳି ଗୁଲଜ କରି ଟଣାଓଟରା କରିଥିଲେ । ମହିଳାଙ୍କ ପାଟି ଶୁଣି ରାସ୍ତାରେ ଯା ଆସ କରୁଥିବା ଲୋକେ ଘଟଣା ସ୍ଥଳକୁ ଦୋୖଡି ଆସିବାରୁ ଅଭିଯୁକ୍ତ ଜଣକ ସେଠାରୁ ଖସି ପଳାଇଥିଲେ । ରବିବାର ମହିଳା ଜଣକ ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିବା ଆଇ.ଆଇ.ସି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ