ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଯୁବକ ଗଲେ ଜେଲ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ପାଟପୁର ପୋଲିସ ଜଣେ ମହିଳାଙ୍କୁ ଅସଦାଚରଣ ମାମଲାରେ ଜଣେ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ଦିଗପହଣ୍ଡି ସବ ଜେଲ୍ ହାଜତ କୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି l ଅଭିଯୁକ୍ତ ଜଣଙ୍କ ହେଲେ ପେଣ୍ଡୁରାଖାଳି ଗ୍ରାମର ବଳରାମ ସେଠୀ l ସୂଚନା ପ୍ରକାରେ ପାଟପୁର ଥାନା ପେଣ୍ଡୁରାଖାଳି ଗ୍ରାମର ମମତା ସେଠୀ ନାମକ ଜଣେ ମହିଳାଙ୍କୁ ସେହି ଗ୍ରାମର ବଳରାମ ସେଠୀ ତାଙ୍କ ଘରକୁ ଯାଇ ଗାଳି ଗୁଲଜ କରିବା ସହ ହତ୍ୟା କରିବାକୁ ଧମକ ଦେଉଥିଲେ l ମହିଳା ଜଣଙ୍କ ବାହାରକୁ ବାହାରିଲେ ଅଭିଯୁକ୍ତ ଜଣଙ୍କ ଅସଦାଚରଣ କରିଆସୁଥିଲେ l ଏନେଇ ମହିଳା ଜଣଙ୍କ ପାଟପୁର ଥାନା ରେ ଏତଲା ଦେଇଥିଲେ ପୋଲିସ ୨୭୯/୨୧ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି