ମହିଳାଙ୍କୁ ଅସଦାଚରଣ କରିବା ମହଙ୍ଗା ପଡିଲା, ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ

ଛତ୍ରପୁର ସବଡିଭିଜନାଲ୍ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଜୟ ପ୍ରକାଶ ନାୟକ, ରାତି ଅଧରେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ହରିଜନ ସାହି, ବିରିପୁର ଗ୍ରାମ ଗଞ୍ଜାମ ଥାନାର ଅଭିଯୁକ୍ତ ତାରିଣୀ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜ୍ଝ ପ୍ରକାଶ ଯେ, ତା ୨୭-୦୪-୨୦୧୪ ରିଖ ଦିନ ଅଭିଯୁକ୍ତ ନିଜର ମନ୍ଦ ଉଦ୍ଦେଶ୍ୟ ନେଇ ରାତି ୧୦.୪୦ରେ ଏତାଲାକାରିଣୀ ବାସିନୀ ଦାସଙ୍କ ଘର ନିକଟରେ ପହଞ୍ଚିଥିଲେ । ଏତେ ରାତିରେ ଗାଁ ଦାଣ୍ଡରେ କେହି ନଥିବାର ସୁଯୋଗ ନେଇ ଓ ଏତାଲାକାରିଣୀଙ୍କ ଝିଅ ଏକା ବସିଥିବାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କ ଉପରେ ମନ୍ଦ ଉଦ୍ଦେଶ୍ୟ ସାର୍ଥକ କରିବା ନିମନ୍ତେ ବଳ ପ୍ରୟୋଗ କରିଥିଲେ ଓ ତାଙ୍କୁ ଟଣାଓଟରା କରି କାନ୍ଧରେ ଟେକି ଧରି ଗାଁ ବାହାରେ ଥିବା ତୋଟା ଆଡ଼କୁ ଯାଉଥିବା ସମୟରେ ଝିଅର ପାଟି ଶୁଣି ଏତଲାକାରିଣୀ ଓ ତାଙ୍କ ପୁଅ ଓ ବୋହୁ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ଉଦ୍ଧାର କରିଥିଲେ ଓ ଝିଅର ଚିରି ଯାଇଥିବା ଡ୍ରେସକୁ ପରେ ପୋଲିସକୁ ପ୍ରଦାନ କରିଥିଲେ। ଘଟଣା ପରଦିନ ସକାଳେ ଏ ସଂକ୍ରାନ୍ତରେ ଗ୍ରାମବାସୀଙ୍କୁ ଜଣାଇ ଗାଁରେ ବୈଠକ ଡାକି ଅଭିଯୁକ୍ତଙ୍କୁ ଆସି ନିଜ ପକ୍ଷ ରଖିବାକୁ କୁହାଯାଇଥିଲେ ବି ଅଭିଯୁକ୍ତ ଆସିନଥିଲେ। ତେଣୁଏହି ସଙ୍କ୍ରାନ୍ତରେ ଏତାଲାକାରିଣୀ ବାସିନୀ ଦାସ ଥାନାରେ ପହଞ୍ଚି ଗତ ୨୯-୦୪-୨୦୧୪ ରିଖ ଦିନ ଏତଲା ଦେଇଥିଲେ କେସ୍ ନମ୍ବର୍ ୨୬/୨୦୧୪ରେ ମାମଲା ରୁଜୁ କରି ଗଞ୍ଜାମ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ୍ ଚାଲାଣ କରିଥିଲେ ଜ୍ଝ ୯ଜଣ ସାକ୍ଷୀ ଓ ଅନ୍ୟ ପ୍ରମାଣକୁ ବିଚାର କରି ବିଚାରପତି ଆଜି ତା ୧୮-୦୪-୨୦୧୯ ଦିନ, ମହିଳାଙ୍କ ପ୍ରତି ଅସଦାଚରଣ ନିମନ୍ତେ ଉଦ୍ଦିଷ୍ଟ ଦଣ୍ଡରେ ମୁଖ୍ୟଅଭିଯୁକ୍ତଙ୍କୁ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୫୪ ଅନୁସାରେ ୧ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଜ୍ଝ ସରକାରଙ୍କ ପକ୍ଷରୁ କ୍ୟାଡର୍ ଏପିପି ରାଜେଶ୍ କୁମାର୍ ମିଶ୍ର, ଏପିପି କୃଷ୍ଣଚନ୍ଦ୍ର ବେହେରା ଓ ଏପିପି ସୌରୀ ପ୍ରସାଦ ବେହେରା ମାମଲା ପରିଚାଳନା କରିଥିବାବେଳେ ମୁଦାଲା ପକ୍ଷରୁ ନିରାକାର ମାଳି ମାମଲା ପରିଚାଳନା କରିଥିଲେ ଜ୍ଝ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ