ମହିଳାଙ୍କୁ ଅସଦାଚରଣ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ଜେଏମଏଫସି ବିଚାରପତି ଶ୍ରୀମତୀ ଦୀପ୍ତିମୟୀ ୨୦୦୯ ମସିହାରେ ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗର ମାମଲାକୁ ବିଚାର କରି ମଧୁରଙ୍ଗାପଲ୍ଲୀର ଅଭିଯୁକ୍ତ ଡମ୍ବରୁଧର ନାୟକଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହ ଦୁଇ ହଜାର ଟଙ୍କା ଅର୍ଥଦଣ୍ଡ ଦେବାକୁ ରାୟ ଶୁଣାଇଛନ୍ତି।ଏହି କେଶ ରେ ପୀଡିତା ୨୮/୦୫/୨୦୦୯ ତାରିଖ ଦିନ ପୋଲିସ ଥାନାରେ ଏତଲା ଦେଇଥିବା ବେଳେ, ତଦନ୍ତକାରୀ ଅଧିକାରୀ ୩୦/୦୭/୨୦୦୯ ତାରିଖରେ ଚାର୍ଜସିଟ କୋର୍ଟରେ ଦାଖଲ କରିଥିଲେ। ଏହି କେସରେ ୪ ଜଣଙ୍କ ସାକ୍ଷ ଓ ପ୍ରମାଣକୁ ଆଧାର କରି ବିଚାର କରି କୋର୍ଟ ଆସାମୀକୁ ଦଣ୍ଡାଦେଶ ଦେଇଥିଲେ। ଏହି ମକଦ୍ଦମାକୁ ସରକାରଙ୍କ ତରଫରୁ କ୍ଯାଡର ଏପିପି ଅବଧେଶ ପଟ୍ଟନାୟକ ଓ ଏପିପି ରତ୍ନାକର ମହାନ୍ତି ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ