ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ ଅଭିଯୋଗ ବାପ, ପୁଅ ଫେରାର   

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମର ଝୁମୁରି ସେଠୀଙ୍କୁ ଆକ୍ରମଣ କରାଯିବା ସହ ଗାଁ ରାସ୍ତାରେ ଟଣାଓଟରା କରି ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଝୁମୁରିି ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୪୨୩/୨୪ ଅନୁଯାୟୀ ଗ୍ରାମର ବିପିନ ସେଠୀ ଏବଂ ତାଙ୍କ ପୁଅ କେଳା ସେଠୀ ଙ୍କ ନାଁ ରେ ମକଦ୍ଦମା ରୁଜୁ କରିଛନ୍ତି।ଗତ ଗୁରୁବାର ରାତି ପ୍ରାୟ ୧୦ ଟାରେ ଝୂମୁରିି ତାଙ୍କ ଛୋଟ ଛୁଆ କୁ ଧରି ଶୋଇଥିବା ବେଳେ ଅଭିଯୁକ୍ତ କେଳା ତାଙ୍କ ଘର କବାଟ ପାଖରେ ବାଣ ଫୁଟାଇଥିଲେ। ଘର ଭିତରକୁ ନିଆଁ ଧୁଆଁ ଗୋଡ଼ି ବାଲି ପଶିବାରୁ ସେ ପ୍ରତିବାଦ କରିଥିଲେ। ଏଥିରେ ବାପ ପୁଅ ଦୁହେଁ ଉତ୍ୟକ୍ତ ହୋଇ ତାଙ୍କୁ ଘର ଭିତରୁ ରାସ୍ତା ଉପରକୁ ଟାଣି ନେଇ ଠେଙ୍ଗା ରେ ମାଡ଼ ମାରିବା ସହ ତାଙ୍କ ପିନ୍ଧା ଲୁଗା ଟାଣି ଅସଦାଚରଣ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।ବିପିନ ଏକ ପଥର ଖଣ୍ଡ ରେ ମହିଳାଙ୍କ ବାମ କାନ କୁ ମାରିବାରୁ ରକ୍ତ ବାହାରିଥିଲା।ଚିକିତ୍ସା ହେବା ପରେ ମଧ୍ୟ ତାଙ୍କ କାନ କୁ ଶୁଭୁନଥିବା ସେ ଏତଲାରେ ଉଲ୍ଲେଖ ରହିଛି। ଗିରଫ ଭୟରେ ବାପ ପୁଅ ଫେରାର ଥିବା ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ