ମହିଳାଙ୍କୁ ଦୁର୍ବ୍ୟବହାର ଅସଦାଚରଣ ମାମଲାରେ ଯୁବକ ଗିରଫ କୋର୍ଟ ଚାଲାଣ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର ଅସଦାଚରଣ ଅଭିଯୋଗ ରେ ଜଣଙ୍କୁ ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।ପାଟପୁର ଥାନା ଅନ୍ତର୍ଗତ ହାଟପଦା ରେ ରହୁଥିବା ଜଣେ ମହିଳାଙ୍କ ଘରେ ସେହି ଗ୍ରାମର ପିଣ୍ଟୁ ବେହେରା(୨୦) ପିତା ଯୋଗୀ ଘରେ କେହି ନଥିବା ବେଳେ ଘରେ ପଶି ମହିଳାଙ୍କୁ ଅଶ୍ଳିଳ ଅଙ୍ଗିତ ଟଣା ଓଟରା କରିଥିବା ନେଇ ପାଟପୁର ଥାନା ରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ମଧ୍ୟ ନିଜ ଭଉଣି ସହିତ ଗଣ୍ଡଗୋଳ ସହ ଏଭଳି ୩ ଟି କେସ ନେଇ ପୋଲିସ ୧୨/୨୪ ରେ ମାମଲା ରୁଜୁ କରି ପିଣ୍ଟୁ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।