ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ
ହାଟଡିହି, (ଓ୍ବାଇଏନ୍ଏସ୍) : ନନ୍ଦିପଦା ଥାନା ଡଅଁର ଗ୍ରାମରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗତ ୫ତାରିଖ ରାତିରେ ସ୍ୱାମୀ ଗୌରାଙ୍ଗ ନାୟକ ଘରେ ନଥିବାବେଳେ ସେହି ଗ୍ରାମର ସମ୍ପର୍କୀୟ ଦିଅର ପଙ୍କଜ ତାଙ୍କ କବାଟ ଭାଙ୍ଗି ଘରେପସି ଗୌରାଙ୍ଗଙ୍କ ସ୍ତ୍ରୀ ଗିତାଞ୍ଜଳୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ମହିଳା ଜଣକ ଏହାର ବିରୋଧ କରିବାରୁ ସେ ତାକୁ ଏକ ଲୁହାରଡରେ ମାଡପିଟି କରିଥିଲା । ସେହିପରି ଗତ ଜୁଲାଇ ୧୪ତାରିଖ ଦିନ ମଧ୍ୟ ଗିତାଞ୍ଜଳୀଙ୍କ ଶାଶୁକୁ ମଧ୍ୟ ପିଟାମରା କରିଥିଲା ବୋଲି ଗୀତାଞ୍ଜଳୀ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।