ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ୫ବର୍ଷ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍
ହାଟଡିହି, (ବିକାଶ ବିଶ୍ୱାଳ):ନନ୍ଦିପଦା ଥାନା ପନ୍ଦାଡୋ ଗ୍ରାମରେ ୨୦୧୯ ମସିହାରେ ଜଣେ ମହିଳାଙ୍କୁ ଦୃକ୍ଷ୍କର୍ମ ଉଦ୍ୟମ ମାମଲାର ଆଜି ଶୁଣାଣି ହୋଇଛି । ଅତିରିକ୍ତ ଜିଲ୍ଲା ଦୌରାଜଜ ପ୍ରଜ୍ୟୋତି ରାଉତ ମାମଲାର ବିଚାର କରି ଅଭିଯୁକ୍ତ ସୁକୁଟି ଜେନାକୁ ୫ବର୍ଷ କାରାଦଣ୍ଡ ସହିତ ୫ଶହ ଟଙ୍କା ଜୋରିମାନା କରିଛନ୍ତି। ଗତ ୨୦୧୯ ମସିହା ନଭେମ୍ବର ୩ତାରିଖ ଦିନ ଗ୍ରାମର ଜଣେ ମହିଳା ତାଙ୍କର ଜଣେ ସମ୍ପର୍କୀୟଙ୍କୁ ରାସ୍ତାରେ ଅପେକ୍ଷା କରିଥିବା ବେଳେ ଅଭିଯୁକ୍ତ ସୁକୁଟି ଜେନା ମହିଳାଙ୍କୁ ଏକୁଟିଆ ପାଇ ବଳାତ୍କାର ଉଦ୍ୟମ କରିଥିଲା । ମହିଳା ଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକମାନେ ଦୌଡି ଆସିବାରୁ ଅଭିଯୁକ୍ତ ଜଣକ ମହିଳାଙ୍କୁ କଚାଡି ଦେଇ ପଳାଇଥିଲା। ଏନେଇ ମହିଳା ଜଣକ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସନଂ ୧୦୮/୨୦୧୯ ରେ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ସୁକୁଟିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସରକାରୀ ଓକିଲ ଅସ୍ବିନୀ ମଲ୍ଲିକ ମାମଲା ପରିଚାଳନା କରୁଥିଲେ।