ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ୩ ଗିରଫ ଓ କୋର୍ଟ ଚାଲାଣ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର କୁସୁମି ବ୍ଲକର ବାଦାମ ପାହାଡ ଥାନା ଅନ୍ତର୍ଗତ କାଠଭାରିଆ ଧକଟା ଗ୍ରାମର ଗତ ୩ ତାରିଖ ଦିନ ଟାଙ୍ଗଭରିଆ ଗ୍ରାମର ୩ ଜଣ ଯୁବକ ବାଲିଆ ବାସ୍କେ,ସୁନିଲ ବାସ୍କେ, ଏବଂ ପାଲଓ୍ବାନ ବାସ୍କେ ଧକଟା ଗ୍ରାମର ଜଣେ ଜନୈକ ବିବାହିତ ମହିଳାଙ୍କ ଘରେ କେହି ନ ଥିବାବେଳେ ସୁଯୋଗ ଦେଖି ମହିଳାଙ୍କୁ ଘରୁ ଟେକି ନେଇ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଅନୈତିକ ସମ୍ପର୍କ ରଖି ଫେରାର ହୋଇଯାଇଥିଲେ । ଏହାକୁ ନେଇ ମହିଳା ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ତରଫରୁ ଏକ ବାଦାମ ପାହାଡ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ପୋଲିସ ମାମଲା ରୁଜୁ କରି ସବୁ କୋଣରୁ ତଦନ୍ତ କରୁଥିଲା । ପୋଲିସ ଶୁକ୍ରବାର ଦିନ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।