ମହିଳାଙ୍କୁ ଧମକ ଅଭିଯୁକ୍ତଙ୍କ ନାଁରେ ମାମଲା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଲିଲି ବିଷୋୟୀ ନାମ୍ନୀ ମହିଳାଙ୍କୁ ତାଙ୍କ ଗ୍ରାମର ପିଣ୍ଟୁ ପ୍ରଧାନ ଅଶ୍ଳିଳ ଭାଷାରେ ଧମକ ଦେବା ସହ ହତ୍ୟା କରିବାକୁ ଚେତାବନୀ ଦେଇଥିବା ଅଭିଯୋଗ ହୋଇଛି।ଲିଲି ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଥାନା ମାମଲା ନଂ.୫୪/୨୫ ଅନୁଯାୟୀ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି।ଗତ ମଙ୍ଗଳବାର ସକାଳେ ଲିଲି ଗ୍ରାମରେ ଲକ୍ଷ୍ମୀ ବରାହ ନୃସିଂହ ଯାତ୍ରା କୁ ଦର୍ଶନ ପାଇଁ ଯାଇଥିବା ପିଣ୍ଟୁ ତାଙ୍କୁ ରାସ୍ତାରେ ଅଟକାଇ ଗାଳି ଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି।