ମହିଳାଙ୍କୁ ନିର୍ଯ୍ୟାତନା ଅଭିଯୋଗ

ବୁଗୁଡା,(ଯୁଗାବ୍ଦ ନ୍ୟୁଜ୍‌): ବୁଗୁଡା ଥାନା ଅନ୍ତର୍ଗତ କରସିଙ୍ଗ ନିକଟସ୍ଥ ଚୈତନ୍ୟପ୍ରସାଦ ଗ୍ରାମରେ ବସବାସକରି ରହୁଥିବା ଠିକାଦାର ପଦ୍ମନାଭ ସାହୁ ବିରୋଧରେ ସଂଗୀନ ଅଭିଯୋଗ କରିଛନ୍ତି ଜୈନିକ ମହିଳାଙ୍କ ପିତା । ମିଳିଥିବା ଖବର ଅନୁଯାୟୀ ଠିକାଦାର କାମ କରି କିଛି ଦିନ ହେଲା ପଦ୍ମନାଭ ସାହୁ ବସବାସ କରିରହୁଥିବା ବେଳେ କାମକୁ ଆସୁଥିବା ଜଣେ ଶ୍ରମିକ ଯୁବତୀଙ୍କ ସୈାନ୍ଦର୍ଯ୍ୟରେ ମୋହିତ ହୋଇ ତାଙ୍କ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିବା ବେଳେ ତାଙ୍କର ଗୋଟିଏ ଛୋଟ ଶିଶୁ ବି ରହିଛି । ତେବେ ଠିକାଦାର ପଦ୍ମନାଭ ରଖିଥିବା ମହିଳା ଜଣଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଉଥିବା ବୁଗୁଡା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ୨୯୫/୧୯ ରେ ଏକ ମାମଲା ରୁଜୁ କରି ତଦନ୍ତଜାରି ରହିଥିବା ଆଇଆଇସି ଚିତ୍ତରଂଜନ ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ