ମହିଳାଙ୍କୁ ନିର୍ଯ୍ୟାତନା ଅଭିଯୋଗ, ସ୍ୱାମୀ ଓ ଶଶୁର ଥାନାରେ ଅଟକ

ଯୋଡା (ସମୀର କୁମାର ଦାସ) : ବସଷ୍ଟାଣ୍ଡ ନିକଟରେ ରହୁଥିବା ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗରେ ପୋଲିସ ମହିଳାଙ୍କ ସ୍ୱାମୀ ଓ ଶ୍ୱସୁରଙ୍କୁ ଥାନାରେ ଅଟକ ରଖିଛି । ପୋଲିସର ସୂଚନାନୁଯାୟୀ ଜଣାପଡିଛି ଯେ, ଅନିତା କର୍ମାକର ନାମ୍ନୀ ଜଣେ ମହିଳା ଗତ ୨ ବର୍ଷ ପୂର୍ବେ ଝାଡଖଣ୍ଡ ରାଜ୍ୟର କାର୍ତିକ କର୍ମକାରଙ୍କୁ ବିବାହ କରିଥିଲେ । ଅନୀତା କର୍ମକାର ବିବାହର ୧ ବର୍ଷ ପରେ ସ୍ୱାମୀ କାର୍ତିକ କର୍ମକାର, ଶାସୁ ସନ୍ଧ୍ୟା କର୍ମକାର ଓ ଶ୍ୱସୁର ବଂଶୀଧର କର୍ମକାରଙ୍କ ସହିତ ଯୋଡାରେ ଭଡା ଘରେ ରହିଆସୁଛନ୍ତି । ଯୋଡାରେ ରହିବା ପରେ ସ୍ୱାମୀ କାର୍ତିକ କର୍ମକାର, ଶାସୁ ସନ୍ଧ୍ୟା କର୍ମକାର ଓ ଶ୍ୱସୁର ବଂଶୀଧର କର୍ମକାର ମିଶି ଅନୀତା କର୍ମକାରଙ୍କୁ ବାପ ଘରୁ ନଗଦ ୧ ଲକ୍ଷ ଟଙ୍କା ଓ ସୁନା ଚେନ୍ ଆଣିବା ପାଇଁ କହି ଶାରୀରୀକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ । ଏପରିକି ତାଙ୍କ ବାପ ଘର ଲୋକଙ୍କ ସହ କୌଣସି ସମ୍ପର୍କ ନ ରଖିବାକୁ ଧମକ ଦେଉଥିଲେ । ଶ୍ୱସୁର ଘରେ ଲୋକେ ପୁଣି ଥରେ ଗତ ୨୨ ତାରିଖ ଦିନ ଅନୀତା କର୍ମକାରଙ୍କ ହାତ ଗୋଡ ବାନ୍ଧି ତାଙ୍କୁ ମାଡ ମାରିଥିଲେ । ଏନେଇ ଅନୀତା କର୍ମକାର ଫୋନ ଯୋଗେ ତାଙ୍କ ମା ଙ୍କୁ ଜଣାଇଥିଲେ । ଏକଥା ଜାଣିବା ପରେ ସୋମବାର ସ୍ୱାମୀ କାର୍ତିକ କର୍ମକାର ଓ ଶ୍ୱସୁର ବଂଶୀଧର କର୍ମକାର ମିଶି ଅନୀତାଙ୍କୁ ମାରପିଟ୍ କରିଥିଲେ । ତେବେ ମଙ୍ଗଳବାର ଏନେଇ ଯୋଡା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଯୋଡା ପୋଲିସ କେଶ୍ ନଂ ୮୮/୨୦୨୦ ରୁଜୁ କରି ଅନୀତା କର୍ମକାରଙ୍କ ସ୍ୱାମୀ ଓ ଶ୍ୱସୁରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ