ମହିଳାଙ୍କୁ ବଳତ୍କାର ଅଭିଯୋଗ : ଯୁବକ ଗିରଫ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ୍ ) : ହିଂଜିଳି ଥାନା ଅଂଚଳରେ ଗୁରୁବାର ସନ୍ଧ୍ୟାରେ ଜଣେ ବିବାହିତା ମହିଳାଙ୍କୁ ସଂପୃକ୍ତ ଗ୍ରାମର ଜଣେ ଯୁବକ ବଳତ୍କାର କରିଥିବା ନେଇ ହିଂଜିଳି ଥାନାରେ ପିଡ଼ିତାଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଏ ନେଇ ହିଂଜିଳି ଥାନାରେ ନଂ- ୨୪/୨୦ରେ ଏକ ମାମଲା ରୁଜୁ କରି ପୋଲିସ ସଂପୃକ୍ତ ଯୁବକଙ୍କୁ ଗରଫ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ପ୍ରକାଶ ଥାଉକି, ମହିଳା ଜଣକ ଘରେ ଏକାକୀ ଥିବା ଜାଣିପାରୀ ସଂପୃକ୍ତ ଗ୍ରାମର ଜୈନିକ ଯୁବକ ମହିଳାଙ୍କ ଘରେ ପଶି ବଳତ୍କାର କରିଥିଲେ । ମହିଳାଙ୍କ ଚିତ୍କାର ଶୁଣି ସାହି ପଡ଼ୋଶୀ ଆସିଯିବାରୁ ଯୁବକ ଜଣକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ପିଡ଼ିତାଙ୍କ ଅଭିଯୋଗ କ୍ରମେ ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି । ଉଭୟଙ୍କ ଡ଼ାକ୍ତରୀମାଇନା କରାଯାଇଥିବା ଥାନା ସୁତ୍ରରୁ ପ୍ରକାଶ ।
ରିପୋର୍ଟ ଶେଷଦେବ ସାହୁ