ମହିଳାଙ୍କୁ ବଳତ୍କାର ଉଦ୍ୟମ ଓ ହତ୍ୟା ଧମକ ଅଭିଯୋଗ: ଯୁବକ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ଥାନା ଆଲପୁର ଗ୍ରାମର ଜୈନିକା ବିବାହିତା ମହିଳାଙ୍କୁ ସେହି ଗ୍ରାମର ଜଣେ ଯୁବକ ବଳତ୍କାର ଉଦ୍ୟମ କରିବା ସହ ହତ୍ୟା ଧମକ ଅଭିଯୋଗରେ ହିଞ୍ଜିଳି ପୁଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି । ଗିରଫ ଜଣକ ହିଞ୍ଜିଳି ଥାନା ଆଲପୁର ଗ୍ରାମର ଦିପକ ଦଳାଇ । ଏ ନେଇ ହିଞ୍ଜିଳି ଥାନାରେ ନଂ ୪୬୭/୨୧ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଗୁରୁବାର ଗିରଫ ଯୁବକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଏସଆଇ ବାସୁଦେବ ଭୋଇ କହିଛନ୍ତି । ପ୍ରକାଶ ଯେ, ହିଞ୍ଜିଳି ଥାନା ଆଲପୁର ଗ୍ରାମର ବିବାହିତା ମହିଳା ମିନି ଦଳାଇ ମଙ୍ଗଳବାର ସନ୍ଧ୍ୟାରେ ଘରେ ଏକାକୀ ଥିବା ବେଳେ ସେହି ଗ୍ରାମର ଦିପକ ଘରର ବାରିପଟ ଦେଇ ମହିଳାଙ୍କ ଘରେ ପଶି ମହିଳାଙ୍କୁ ଅଶାଳୀନ ବ୍ୟବହାର କରିବା ସହ ବଳତ୍କାର ଉଦ୍ୟମ କରିଥିଲେ । ମହିଳା ଜଣକ ଚିତ୍କାର କରିବାରୁ ଯୁବକ ଜଣକ ଘଟଣା ନେଇ କାହାକୁ କହିଲେ ହତ୍ୟା କରିବା ନେଇ ଧମକ ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।