ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ଅଭିଯୋଗ

ହାଟଡ଼ିହି, ୧୦ । ୯ : ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ବଳଭଦ୍ରପୁର ଗାଁରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଗ୍ରାମର ଭଗବାନ ସେଠୀଙ୍କ ଅଭିଯୋଗ ଅନୁଯାଇ ଗତକାଲି ସେହି ଗ୍ରାମର ହିରଣ୍ୟ ସେଠୀ ନାମକ ଜଣେ ଯୁବକ ତାଙ୍କ ଘରେ ପହଞ୍ଚି ମୋ ସ୍ତ୍ରୀ ପାଖରୁ ଯେଉଁ ୫ହଜାର ଟଙ୍କା ଉଧାର ଆଣିଥିଲ ସଙ୍ଗେ ସଙ୍ଗେ ଫେରାଅ ବୋଲି କହିଥିଲା । ଭଗବାନ ସେଠୀ କି ଟଙ୍କା କାହାକୁ ମାଗୁଛୁ ବୋଲି କହିବା ସହ ଯିଏ ଟଙ୍କା ଦେଇଛି ବୋଲି କହୁଛୁ ସେ ଆସି ଟଙ୍କା ନେବ ବୋଲି କହିବାରୁ ହିରଣ୍ୟ ପଳାଇଯାଇ ଏକ ଶାବଳଧରି ତାଙ୍କ ଘରକୁ ଆସି ଗାଳିଗୁଲଜ କରିବାରୁ ଭଗବାନଙ୍କ ସ୍ତ୍ରୀ ଅନୁସୟା ଏହାକୁ ବାରଣ କରିଥିଲେ । ଫଳରେ ହିରଣ୍ୟ ଶାବଳରେ ଆକ୍ରମଣ କରିବାରୁ ଅନୁସୟା ମୁଣ୍ଡ ଭାଟି ଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ପାଟିଶୁଣି ଭଗବାନଙ୍କ ଅନ୍ୟ ପରିବାର ଲୋକେ ଦଉଡି ଆସିବାରୁ ହିରର‌୍ୟ ପଳାଇଯାଇ ବିଭିନ୍ନ ଧମକ ଚମକ ଦେଇଥିବା ଅଭଗବାନ ଅଭିଯୋଗ କରିଛନ୍ତି । ଆହତ ଅନୁସୟାକୁ ପ୍ରଥମେ ଶାଳଣିଆଁ ଓ ପରେ ଆନନ୍ଦପୁର ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଇଛନ୍ତି । ଭଗବାନଙ୍କ ଅଭିଯୋଗ ପାଇବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ