ମହିଳାଙ୍କୁ ମରଣାନ୍ତଙ୍କ ଆକ୍ରମଣ ଉଦ୍ୟମ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜନୈକ ମହିଳାଙ୍କୁ ଆଶାଳୀନ ବ୍ୟବହାର ସହିତ ମରଣାନ୍ତଙ୍କ ଆକ୍ରମଣ ଉଦ୍ୟମ ହୋଇଥିବା ନେଇ କେନ୍ଦ୍ରାପଡା ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ବି ପୋଲିସ ଏ ଦିଗରେ କୈାଣସି ପଦକ୍ଷେପ ଗ୍ରହଣ ନକରି ନିରବ ହୋଇ ବସିରହିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଖଣ୍ଡିଆବନ୍ଧ ସାମିଲ ଭରତପୁର ଗ୍ରାମର କୈଳାସ ମହାନ୍ତିଙ୍କ ପତ୍ନୀ ମନୋଜା ମହାନ୍ତି ଅଭିଯୋଗ କରିଛନ୍ତି ଯେ ତାଙ୍କ ପିତାଙ୍କ ମୃତ୍ୟୁ ପରେ ସେ ପିଲାଛୁଆଙ୍କୁ ଧରି ବାପଘର ସଦର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ରହୁଛନ୍ତି । ସେ ଗତ ୧୬ତାରିଖରେ ତାଙ୍କ ଦାଦା ବିଦ୍ୟାଧର ଜେନାଙ୍କ ଘରକୁ ଯାଉଥିବା ବେଳେ ଜଗନ୍ନାଥପୁର ଗ୍ରାମର କେତେକ ଲୋକ ତାଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ହାତରେ ଠେଙ୍ଗା ଓ ଫାଉଣ୍ଡା ଧରି ତାଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ମନୋଜା ସେଠାରୁ ଦୈାଡି ପଳାଇଯିବାରୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା । ମନୋଜା ତାଙ୍କ ଲିଖିତ ଅଭିଯୋଗରେ ତାଙ୍କୁ ମରଣାନ୍ତଙ୍କ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୁକ୍ତମାନଙ୍କ ନାମ ଲେଖି ସଦର ଥାନା ଅଧିକାରୀଙ୍କୁ ସାକ୍ଷାତ କରି ଜଣାଇଥିଲେ ବି ଆଜକୁ ୮ଦିନ ବିତି ଯାଇଥିଲେବି ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଅଭିଯୁକ୍ତମାନେ ତାଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିବା ସେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ