ମହିଳାଙ୍କୁ ମାଡ ମାରିବା ଅଭିଯୋଗରେ ଯୁବକ ଗିରଫ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ସହରର କଳାପାହାଡ ଛକଠାରେ ଜୈନେକ ମହିଳା ଗୁନୁ ଗୋପ୍ ଙ୍କୁ ମାଡ ମାରିବା ଅଭିଯୋଗରେ ଯୋଡା ପୋଲିସ ଜଣେ ଯୁବକଙ୍କୁ ରବିବାର ଗିରଫ କରିଛି । ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ ଜଣାପଡିଛି ଯେ, ଗତ ତା ୦୩/୦୧/୨୦୨୦ ରିଖ ଶୁକ୍ରବାର କଳାପାହାଡ ଛକଠାରେ ଯୋଡା ଶାସ୍ତ୍ରୀନଗରେ ରହୁଥିବା ମହିଳା ଗୁନୁ ଗୋପ୍ ଙ୍କୁ  ଯୋଡାସ୍ଥିତ ନେପାଳି ହଟିଂର ଯୁବକ ଗିରି ନାଏକ ଅତ୍ୟଧିକ ମଦ୍ୟପାନ କରି ଅତର୍କିତ ଭାବେ ଆକ୍ରମଣ କରିଥିଲେ । ସେଠାରୁ ଜୀବନ ବିକଳରେ ଦୌଡି ଗୁନୁ ଏହି ଘଟଣା ସମ୍ପର୍କରେ ଯୋଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଯୋଡା ପୋଲିସ  କେଶ୍ ନଂ ୦୮/୨୦୨୦ ଦଫା ୨୯୪, ୩୪୧, ୩୨୩, ୩୨୫, ୩୫୪ ଆଇପିସି ରୁଜୁ କରି ଗିରି ନାଏକଙ୍କୁ ତାର ନେପାଳୀ ହଟିଂସ୍ଥିତ ବାସଗୃହରୁ ଗିରଫ କରି  କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ