ମହିଳାଙ୍କୁ ସଙ୍ଘବଦ୍ଧ ଆକ୍ରମଣ ଉଦ୍ୟମ, ଥାନାରେ ଏତଲା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ବିଦ୍ୟାଧର ଜେନାଙ୍କ ପତ୍ନୀ ସୁନନ୍ଦା ଜେନାଙ୍କୁ ଘରେ କେହିନଥିବାର ସୁଯୋଗ ନେଇ କେତେକ ଦୁର୍ବୁତ ସଙ୍ଘବଦ୍ଧ ଭାବେ ଆକ୍ରମଣ ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ଶ୍ରୀମତୀ ଜେନାଙ୍କ ସ୍ୱାମୀ କିମ୍ବା ପୁତ୍ର କେହି ଘରେ ନଥିବାର ସୁଯୋଗ ନେଇ ସେହି ଗ୍ରାମର କେତେକ ଦୁର୍ବୁତ୍ତ ସଙ୍ଘବଦ୍ଧ ଭାବେ ତାଙ୍କ ଘର ସମ୍ମୁଖରେ ଥିବା ବାଡକୁ ଭାଙ୍ଗି ଦେବା ସହିତ ବାଡିରେ ଥିବା କଲମି ଆମ୍ବ, ଗୁଆ ଓ ସପୁରୀ ଗଛ ସମେତ ଅନ୍ୟାନ୍ୟ ଗଛ ଗୁଡିକୁ ଉପାଡି ନଷ୍ଟ କରିଦେବା ସହ ତାଙ୍କୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଏଥିସହିତ ତାଙ୍କୁ ଏବଂ ତାଙ୍କର ସମ୍ପୂର୍ଣ୍ଣର୍ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେବା ସହିତ ସଙ୍ଘବଦ୍ଧ ଭାବେ ଆକ୍ରମଣ ଉଦ୍ୟମ କରିବାରେ ଶ୍ରୀମତୀ ଜେନା କେନ୍ଦ୍ରାପଡା ସଦର ଥାନାକୁ ଟେଲିଫୋନ ଯୋଗେ ଏସମ୍ପର୍କରେ ଜଣାଇଥିଲେ । ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବାରେ ଦୁର୍ବୁତ୍ତମାନେ ସେଠାରୁ ପଳାଇଯାଇଥିଲେ । ଏସମ୍ପର୍କରେ ଶ୍ରୀମତୀ ଜେନା ସଦର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଦୁର୍ବୁତ୍ତମାନେ ଏଭଳି ଭାବରେ ଗାଳି ଗୁଲଜ କରିବା ସହ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିବା ନେଇ ପୂର୍ବରୁ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା । ଏପର୍ଯ୍ୟନ୍ତ ସଦର ଥାନା ପୋଲିସ କାହାରିକୁ ଗିରଫ କରିନଥିବା ଜଣାପଡିଛି । ତାଙ୍କ ପରିବାର ଜନଙ୍କ ଜୀବନପ୍ରତି ବିପଦ ଥିବାରୁ ଶ୍ରୀମତୀ ଜେନାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବା ସହିତ ସଂପୃକ୍ତ ଦୁର୍ବୁତ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ସେ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ