ମହିଳାଙ୍କୁ ସାମାଜିକ ବାସନ୍ଦ ଧମକଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀଙ୍କ ଥାନା ଘେରାଉ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ସ୍ୱାମୀଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ ଯୁବକଙ୍କ ସହ ଅନୈତିକ ସର୍ମ୍ପକକୁ କେନ୍ଦ୍ର କରି କୂଳ ସମାଜରେ ଅର୍ଥ ଦଣ୍ଡ ଏବଂ ଅର୍ଥଦଣ୍ଡ ନଦେଲେ ସାମାଜିକ ବାସନ୍ଦ ଧମକ । ଏଭଳି ଏକ ଘଟଣା ଇଂରାଜୀ ନୂତନ ବର୍ଷ ପ୍ରଥମ ଦିବସ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଂଚଳରେ ଦେଖିବାକୁ ମିଳିଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସଂପୃକ୍ତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ହିଞ୍ଜିଳି ଥାନା ଘେରାଉ କରିଥିଲେ । ପ୍ରକାଶ ଯେ, ହିଞ୍ଜିଳି ଥାନା ଅଂଚଳର ଏକ ଗ୍ରାମରେ ଗତ ୧୭ ତାରିଖ ରାତି ପ୍ରାୟ ୧୧ ଘଂଟା ସମୟରେ ସ୍ୱାମୀଙ୍କ ଅନୁପସ୍ଥିତିରେ ଜଣେ ବ୍ୟକ୍ତି ସଂପୃକ୍ତ ଗ୍ରାମର ଜଣେ ମହିଳାଙ୍କ ଘରେ ପଶି ଅନୈତିକ କାର୍ଯ୍ୟ କରୁଥିଲେ । ଗ୍ରାମବାସୀ ଘଟଣା ଜାଣିପାରି ଗ୍ରାମର ବହୁ ମହିଳା ଓ ପୁରୁଷ ସଂପୃକ୍ତ ମହିଳାଙ୍କ ଘର କବାଟ ଖୋଲିବାକୁ କହିଥିଲେ । ଘଟଣା ନେଇ ମହିଳାଙ୍କ ସ୍ୱାମୀଙ୍କୁ ଖବର ଜଣାଇଥିଲେ । ଖବର ପାଇ ମହିଳାଙ୍କ ସ୍ୱାମୀ ଗତ ୨୧ ତାରିଖରେ ଗ୍ରାମରେ ପଂହଚିବା ପରେ ସଂପୃକ୍ତ ଗ୍ରାମ କେବର୍ତ ସମାଜର କୂଳ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅନୈତିକ କାର୍ଯ୍ୟରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ୫୧ ହଜାର ୫ଶହ ଓ ମହିଳାଙ୍କ ସ୍ୱାମୀଙ୍କୁ ୨୧ ହଜାର ଟଙ୍କା ଜୋରିମାନା ପକା ଯାଇଥିଲା । ଜୋରିମାନା ନଦେଲେ ସମାଜିକ ବାସନ୍ଦ କରାଯିବ ବୋଲି ମଧ୍ୟ ଧମକ ଦିଆଯାଇଥିଲା । ମହିଳାଙ୍କ ସ୍ୱାମୀ ୨୧ ହଜାର ଟଙ୍କା ପରିବର୍ତେ ୧୧ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ । ତେବେ ମହିଳା ଜଣକ ଅନ୍ୟ ବ୍ୟକ୍ତିଙ୍କ ସହ ଅନୈତିକ କାର୍ଯ୍ୟରେ ଲିପ୍ତ ନଥିଲେ ଯଦି ବା ଥିଲେ ଗ୍ରାମବାସୀ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ବେଳେ କିପରି ଠାବ କରିପାରିଲେ ନାହିଁ ବୋଲି କୂଳ ସମାଜକୁ ଓଲଟା ପ୍ରଶ୍ନ କରିଥିଲେ । ଜୋରିମାନା ଅର୍ଥ ନଦେଇ ଘଟଣା ନେଇ ମହିଳା ଜଣକ ଗୁରୁବାର ରାତିରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଚଳାଇବା ସହ ଘଟଣାର ଜେରା କରିବା ସକାଶେ ଗ୍ରାମର ସଂପୃକ୍ତ ଯୁବକଙ୍କୁ ଥାନାକୁ ଡ଼କାଇଥିଲେ । ପ୍ରକୃତ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଶୁକ୍ରବାର ସକାଳେ ସଂପୃକ୍ତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ପ୍ରାୟ ସାଢେ ୨ଘଂଟା ପାଇଁ ହିଞ୍ଜିଳି ଥାନା ଘେରାଉ କରିଥିଲେ । ଅପରାହ୍ନରେ ଥାନା ଭାରପ୍ରାପ୍ତ ଅଧିକାରୀ ଥାନାରେ ପହଂଚିବା ପରେ ଗ୍ରାମର କିଛି ବ୍ୟକ୍ତିଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ତେବେ ଘଟଣା ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଆଇଆଇସି ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ