ମହିଳାଙ୍କୁ ସାହାର୍ଯ୍ୟକରି ମାନବିକତାର ପରିଚୟ ଦେଲେ କୋଦଳା ସାମ୍ବାଦିକ ସଂଘ

କୋଦଳା ,( ଗୁଲସନ କୁମାର କର ) : ରାସ୍ତାକଡରେ ଜଣେ ଅସହାୟ କ୍ଷତ ବିକ୍ଷତ ମହିଳା ବୁଲୁଥିବାର ଦେଖି କୋଦଳା ସାମ୍ବାଦିକ ସଂଘର କିଛି କର୍ମକର୍ତ୍ତା ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରି ମାନବିକତାର ପରିଚୟ ଦେଇଛନ୍ତି । ମିଳିଥିବା ଖବର ଅନୁଯାୟୀ ମହିଳା ଜଣକ ମଧ୍ୟପ୍ରଦେଶର ସିଙ୍ଗ ନାମକ ଜଣେ ଯୁବକଙ୍କୁ ଦୀର୍ଘ ଦଶ ବର୍ଷ ତଳେ ବିବାହ କରିଥିବା ବେଳେ ସ୍ୱାମୀଙ୍କ ଅତ୍ୟାଚାର ସହ୍ୟ କରିନପାରି ସେ ଘର ଛାଡି ଚୁମୁକି ଦୀର୍ଘ ଦିନ ଧରି ଭିକ୍ଷାବୃର୍ତ୍ତି କରୁଥିଲେ । କିଛି ଦିନ ତଳେ ଖଲ୍ଲିକୋଟ ଥାନା ଅଂଚଳରେ ଝିଅ ତାଙ୍କର ହଜିଯାଇଥିଲା । ଏହା ପରେ ଝିଅ ନିଖୋଜ ଖବର ଖଲ୍ଲିକୋଟ ଥାନାରେ ଲିଖିତ ଏତଲା ଦେଇଥିଲେ । ସ୍ୱାମୀ ଓ ଝିଅ ଚିନ୍ତାରେ ମହିଳା ଜଣକ କୋଦଳା ଅଂଚଳରେ କ୍ଷତବିକ୍ଷତ ଅବସ୍ଥାରେ ରହିଥିବା ବେଳେ କିଛି ଲୋକ ଏହାକୁ ଦେଖୁଥିଲେ ମଧ୍ୟ ସାହାର୍ଯ୍ୟ ଓ ସହାନୁଭୁତିର ହାତ ବଢାଇନଥିଲେ । ଖବର ସଂଗ୍ରହ କରୁଥିବା ସମୟରେ କ୍ଷତବିକ୍ଷତ ଅବସ୍ଥାରେ ମହିଳା ଜଣଙ୍କୁ ଦେଖି କୋଦଳା ସାମ୍ବାଦିକ ସଂଘର ସଭାପତି ଭଗବାନ ପାଢୀ , ସନ୍ତେ୍ାଷ କୁମାର ସେଠୀ , ଓ ଦୀପକ କୁମାର ସେଠୀ , କୋଦଳା ଗୋÂି ସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସାମ୍ବାଦିକଙ୍କ ଏହି କାର୍ଯ୍ୟକୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ