ମହିଳାଙ୍କୁ ସୁରକ୍ଷା ଯୋଗାଇବ ‘ନିର୍ଭୀକ’

ସାତ ବର୍ଷ ପୂର୍ବରୁ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣବଳାକ୍ରାର ଘଟଣା ସାରା ଦେଶରେ ଚହଳ ପକାଇଥିଲା । ଏହା ପରେ କାନପୁରର ଅର୍ଡିନାନ୍ସ ଫ୍ୟାକ୍ଟ୍ରି ମହିଳାଙ୍କ ଲାଗି ଏକ ଲାଇଟ୍ ୱେଟ୍ ରିଭଲ୍ଭର ଡିଜାଇନ୍ କରିବାକୁ ଆଗେଇ ଆସିଥିଲା । ପାଞ୍ଚ ବର୍ଷ ପୂର୍ବେ ଏଭଳି ରିଭଲ୍ଭରକୁ ଲଞ୍ଚ କରି କମ୍ପାନୀ ଏହାର ନାମ ରଖିଥିଲା ନିର୍ଭୀକ । ଏବେ ସୁଦ୍ଧା ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣାରେ ୨,୫୦୦ଟି ରିଭଲ୍ଭର ବିିକ୍ରି ହୋଇଛି । ଏହାର ଓଜନ ୫୦୦ ଗ୍ରାମ୍ ଓ ଏହାକୁ ମହିଳାମାନେ ପର୍ସରେ ରଖିପାରିବେ । ଏହାକୁ କମ୍ପାନୀ ଲଞ୍ଚ କଲାବେଳେ ରିଭଲ୍ଭର୍ର ଦାମ୍ ଥିଲା ୧.୨୦ ଲକ୍ଷ, ଏବେ ଜିଏସ୍ଟି ସହ ଦାମ୍ ରହିଛି ୧.୪୦ ଲକ୍ଷ । ଏହା ସହଜରେ ୧୦ ମିଟର ଯାଏ ଲକ୍ଷ୍ୟଭେଦ କରିପାରିବ । କିନ୍ତୁ ଫ୍ୟାକ୍ଟ୍ରି ୧୫ ମିଟର ଯାଏଁ ଏହା ଲକ୍ଷ୍ୟ ଭେଦ କରିପାରିବ ବୋଲି ଦାବି କରେ । ନିର୍ଭୀକର ମେଣ୍ଟେନାନ୍ସ ଖର୍ଚ୍ଚ ବହୁତ କମ୍ । ଏହା ଟିଟାନିୟମ ଆଲଏ ମେଟାଲ୍ରେ ତିଆରି ହୋଇଥିବାରୁ ଆଦୌ କଳଙ୍କି ଲାଗେନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ