ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ଆଡ଼ପଡ଼ା ଫାଣ୍ଡି କରାଖଣ୍ଡି ଗ୍ରାମରେ ଜୈନିକା ମହିଳାଙ୍କ ମଙ୍ଗଳବାର ସନ୍ଧ୍ୟାରେ ଅସ୍ୱାଭାବିକ ମୃତ୍ୟୁ ଘଟିଛି । ମୃତକ ଜଣକ କରାଖଣ୍ଡି ଗ୍ରାମର ଗଙ୍ଗାଧର ପ୍ରଧାନଙ୍କ ସ୍ତ୍ରୀ ରୀନା ନାହାକ (୪୧) । ଏ ନେଇ ଆଡ଼ପଡ଼ା ଫାଣ୍ଡିରେ ନଂ- ୧/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ବୁଧବାର ପୂର୍ବାହ୍ନରେ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ଡ଼ାକ୍ତରଖାନାକୁ ପଠାଯାଇଥିବା ଫାଣ୍ଡି ଅଧିକାରୀ ରାଜନ ବିଷୋୟୀ କହିଛନ୍ତି । ପ୍ରକାଶ ଯେ, ମଙ୍ଗଳବାର ସନ୍ଧ୍ୟାରେ ମହିଳା ଜଣକ ବିଲରେ କାମ କରୁଥିବା ବେଳେ ମୁଣ୍ଡ ଘୁରାଇବାରୁ ଘରକୁ ଫେରିବା ସମୟରେ ବାଟରେ ଏକ ଖାତ ମଧ୍ୟକୁ ଖସି ପଡ଼ିଥିଲେ । ଗ୍ରାମବାସୀ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଡ଼ାକ୍ତରଖାନାରେ ପଂହଚି ଶବକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ବୁୂଧବାର ଦିନ ଶବ ବ୍ୟବଛେଦ ପରେ ଶବକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।