ମହିଳାଙ୍କ ଆତ୍ମହତ୍ୟା
ହିଞ୍ଜିଳିକାଟୁ,(ୱାଇଏନଏସ): ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ଜଣେ ମାନସିକ ଅନଗ୍ରସର ମହିଳା ଶୁକ୍ରବାର ଘର ଛାତ ରେଲିଂରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ସଂପୃକ୍ତ ଗ୍ରାମର ବାଲ୍ମିକି ବେହେରାଙ୍କ ସ୍ତ୍ରୀ ପାଣ୍ଡି ବେହେରା (୪୫) । ଘରେ କେହି ନଥିବାର ସୁଯୋଗ ନେଇ ମହିଳା ଜଣକ ଆତ୍ମହତ୍ୟା କରିଥିଲେ । ପରିବାର ସଦସ୍ୟ ଘରକୁ ଫେରି ମହିଳାଙ୍କ ଝୁଲନ୍ତା ଶବକୁ ଦେଖିପାରି ଶବକୁ ଉଦ୍ଧାର କରି କାଳବିଳମ୍ବ ନକରି ଶବଦାହ କରିବା ପାଇଁ ଶ୍ମଶାନକୁ ନେଇଥିଲେ । ଖବର ପାଇ ପୁଲିସ ଘଟଣଶ ସ୍ଥଳରେ ପଂହଚି ଶବକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୬/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ଆତ୍ମହତ୍ୟାର ପକୃତ କାରଣ ଜଣା ପଡ଼ିନଥିବା ବେଳେ ପରିବାର ସଦସ୍ୟ କାହାକୁ କିଛି ନଜଣାଇ ତୁରନ୍ତ ଶବଦାହ କରିବା ପାଇଁ ନେବାକୁ ନେଇ ଗ୍ରାମରେ ବିଭିନ୍ନ ବିଷୟ ଆଲୋଚନା ଚାଲିଛି ।


