ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ଯୋଡ଼ା : ବାମେବାରୀ ଥାନା ଅନ୍ତର୍ଗତ ଜଲହରୀ କେଏମସି ହଟିଂ ଠାରେ ଜଣେ ମହିଳା ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଉକ୍ତ ହଟିଂରେ ମଙ୍ଗଲ ମୁଣ୍ଡା ତାଙ୍କ ଦୁଇ ପତ୍ନୀଙ୍କ ସହ ଏକତ୍ର ରହୁଥିଲେ । ସେମାନଙ୍କ ମଧ୍ୟରେ କଳହ ହୋଇଥିଲା । ରାତି ପ୍ରାୟ ୧୦ଘଟିକା ସମୟରେ ଦ୍ୱିତୀୟ ପତ୍ନୀ ସୁମିତ୍ରା ମୂଣ୍ଡା(୪୫) ଘର ଭିତରେ ଏକ ଦୌଡ଼ିରେ ଫାଶି ଲଗାଇ ଝୁଲୁଥିବା ଦେଖି ତାଙ୍କୁ ତଳକୁ ଓହ୍ଲାଇଥିଲେ ହେଁ ସୁମିତ୍ରାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଖବର ପାଇ ବାମେବାରୀ ଥାନା ଓଆଇସି ଘଟଣାସ୍ଥଳକୁ ଯାଇ ଶବ ଜବତ କରି ବ୍ୟବଛେଦ ପାଇଁ ଡ଼ାକ୍ତରଖାନାକୁ ପଠାଇଥିଲେ । । ଏ ନେଇ ଥାନାରେ ଅପମୃତ୍ୟୁ ମାମଲା ନଂ୦୫/୨୦୨୦ରୁଜୁ ହୋଇଛି । ମହିଳାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଏହାର କାରଣ ଜଣାପଡ଼ିବ ଏବଂ ତଦନୁଯାୟୀ ତଦନ୍ତ କରାଯିବ ବୋଲି ଘଟଣାସ୍ଥଳରେ ଉପସ୍ଥିତ ଥିବା ବଡ଼ବିଲ ଏସ୍ଡ଼ିପିଓ ସତ୍ୟବିକାଶ ଭୂୟାଁ କହିଛନ୍ତି ।