ମହିଳାଙ୍କ ଆତ୍ମହତ୍ୟା ; ପାରିବାରିକ କଳହ ସନ୍ଦେହ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଞ୍ଚାୟତର ବିଞ୍ଚଣା ଗ୍ରାମରେ ଜଣେ ମହିଳା ଦେହରେ କିରୋସିନ୍ ଢାଳି ହୋଇ ପୋଡ଼ି ହୋଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ବିଞ୍ଚଣା ଗ୍ରାମର ନାରାୟଣ ଗୌଡ଼ଙ୍କ ସ୍ତ୍ରୀ ଉଷାରାଣୀ ଗୌଡ଼ (୨୭) ଗତ ୨୩ ତାରିଖରେ କୌଣସୀ କାରଣରୁ ନିଜ ଦେହରେ କିରୋସିନ୍ ଢାଳି ହୋଇ ନିଆଁ ଲଗାଇଦେଇଥିଲେ I ଫଳରେ ଉଷାରାଣୀ ପୋଡ଼ିଯାଇ ଗୁରୁତର ହୋଇପଡ଼ିଥିଲେ I ପରିବାର ଲୋକେ ପ୍ରଥମେ ଉଷାରାଣୀଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ I ପରେ ସେଠାରୁ ବ୍ରହ୍ମପୁର ଏବଂ ବ୍ରହ୍ମପୁରରୁ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ I କଟକରୁ ଗତକାଲି ଉଷାରାଣୀଙ୍କୁ ବିଞ୍ଚଣା ସ୍ଥିତ ଘରକୁ ଫେରାଇ ଅଣାଯାଇଥିଲା I କିନ୍ତୁ ପୁଣି ତାଙ୍କ ସ୍ୱାସ୍ଥ୍ୟରେ ସମସ୍ୟା ସୃଷ୍ଟି ହେବାରୁ ତାଙ୍କୁ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା Iଘଟଣା ସମ୍ପର୍କରେ ଗାଙ୍ଗପୁର ପୋଲିସ୍ ଖବର ପାଇ ଉଷାରାଣୀଙ୍କ ଶବକୁ ଜବତ କରିବା ସହ ଭଞ୍ଜନଗର ମେଡ଼ିକାଲ୍ ରେ ଶବ ବ୍ୟବଚ୍ଛେଦ କରାଉଥିଲା I ଏନେଇ ପୋଲିସ୍ ୨୮/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏସ୍ଆଇ ସୁକାନ୍ତ ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି I ଆତ୍ମହତ୍ୟାର କାରଣ ସ୍ପଷ୍ଟ ଜଣାପଡ଼ିନଥିଲେ ପାରିବାରିକ କଳହରୁ ଉଷାରାଣୀ ଆତ୍ମହତ୍ୟା କରିଥିବା ପୋଲିସ୍ ସନ୍ଦେହ କରୁଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ