ମହିଳାଙ୍କ ଗର୍ଭାଶୟ କର୍କଟ ରୋଗ ନେଇ ସଚେତନତା

ବ୍ରହ୍ମପୁର,(ଅନିଲ କୁମାର): ମହିଳା ମାନଙ୍କ ଗର୍ଭାଶୟ କର୍କଟ ରୋଗର ନିରାକରଣ ଓ ପ୍ରତିଷେଧକ ଟିକା ଓ ଚିକିତ୍ସା ସମ୍ପର୍କିତ ଏକ ଆଲୋଚନା ଚକ୍ର ସ୍ପନ୍ଦନ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ମାଇଁ ସ୍କୁଲ ଇଟାଲୀ ପରିସରରେ ଆୟୋଜିତ୍ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ପାରଳାଖେମୁଣ୍ଡି ସରକାରୀ ଡାକ୍ତରଖାନା ର ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ସନ୍ଧ୍ୟା ରାଣୀ ପାଣିଗ୍ରାହି ଯୋଗ ଦେଇ କର୍କଟ ରୋଗ ର ବିଭିନ୍ନ କାରଣ ଓ ନିରାକରଣ ବିଷୟରେ ଆଲୋକପାତ କରି ଥିଲେ । ସେହି ପରୀ ଏହି ରୋଗ ଲାଗି ଟୀକାକରଣ ଉପରେ ବିସ୍ତୃତ ଧାରଣା ଦେଇ ଆଲୋଚନା ମଧ୍ୟ କରିଥିଲେ । ଏଥିରେ ସ୍କୁଲର ପ୍ରତିଷ୍ଠାତା ଉଷା ରାଣୀ ପାଢୀ, ସ୍ପନ୍ଦନ ର ସସ୍ମିତା ସାହୁ ଙ୍କ ସମେତ ସ୍ପନ୍ଦନ ଓ ଅନ୍ୟାନ୍ୟ ଅନୁଷ୍ଠାନ ର କର୍ମକର୍ତ୍ତା ବୃନ୍ଦ ଯୋଗଦାନ କରିଥିଲେ । ଶେଷରେ ମହିଳାମାନଙ୍କ ବିଭିନ୍ନ ରୋଗ ସମ୍ପର୍କିତ ପ୍ରଶ୍ନ ର ଉତ୍ତର ଡ଼ା ପାଣିଗ୍ରାହି ଦେଇଥିଲେ । ଦିଲୀପ ମହାପାତ୍ର, ସୌରଭ ରଥ, ଅନ୍ତର୍ଯ୍ୟାମୀ ପାତ୍ର, ପୁଷ୍ପାଞ୍ଜଳି ମହାପାତ୍ର, ଅଲେଖ ଦାସ, ନିବେଦିତା ପାଢ଼ୀ, କିରଣ ରାଓ, ଦିପ୍ତିମୟୀ ରଥ, ବାଳକୃଷ୍ଣ ସାମନ୍ତରାୟ, ମନୋଜ ସାହୁ, ପାର୍ଥ ସାରଥି ତ୍ରୀପାଠୀ, ମିନତୀ ପାତ୍ର, ମିନା ଦାସ, ପ୍ରୀତି ସାହୁ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ