ମହିଳାଙ୍କ ଗଳିତ ମୃତଦେହ ଜବତ: ବଡ଼ଭାଇ ଆଣିଲେ ହତ୍ୟା ଅଭିଯୋଗ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ବୁଡ଼ାଙ୍ଗପିପିଲି ଜଙ୍ଗଲରେ ଜଣେ ମହିଳାଙ୍କ ଗଳିତ ମୃତଦେହ ମିଳିବା ଘଟଣାରେ ମୃତ ମହିଳାଙ୍କ ବଡ଼ଭାଇ ସନାତନ ପ୍ରଧାନ ହତ୍ୟା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଏକ ହତ୍ୟା ମାମଲା ନଂ.୧୮୩/୨୨ ରୁଜୁ କରି ଘଟଣାକୁ ଗୁରୁତର ସହ ନେଇଛି। ପୂର୍ବରୁ ମହିଳାଙ୍କ ସ୍ବାମୀ ପ୍ରକାଶ ପ୍ରଧାନ ତାଙ୍କ ସ୍ତ୍ରୀ ନିରୁଦ୍ଦିଷ୍ଟ ହୋଇଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିବା ବେଳେ ଖୋଦ୍‌ ସେ ହିଁ ତାଙ୍କ ସ୍ତ୍ରୀ ସୁମିତ୍ରା ପ୍ରଧାନଙ୍କୁ ହତ୍ୟା କରିଥିବା ସୁମିତ୍ରାଙ୍କ ଭାଇ ଲିଖିତ ଅଭିଯୋଗ କରିଛନ୍ତି। କୁଆଡ଼େ ପ୍ରକାଶ ସୁମିତ୍ରାଙ୍କୁ ବିବାହ ପରଠାରୁ ଅଧିକ ଯୌତୁକ ଦାବି କରିବା ସହ ମଦ ପିଇ ସଦାବେଳେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।ଅଭିଯୋଗକୁ ଭିତ୍ତି କରି ପୋଲିସ ପ୍ରକାଶଙ୍କୁ ପଚରାଉଚରା ଚଳାଇଥିବା ଆଇଆଇଆସି କୌଶିକ ମାଝି କହିଛନ୍ତି। ସେହିପରି ଶନିବାର ଜଙ୍ଗଲରୁ ମୃତଦେହ ଜବତ କରାଯାଇ ବ୍ରହ୍ମପୁର ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଆଇଆଇଆସି କହିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଏବଂ ସାଇଣ୍ଟିଫିକ୍‌ ଟିମ୍‌ର ଯାଞ୍ଚକୁ ନେଇ ସୁମିତ୍ରାଙ୍କ ମୃତ୍ୟୁ ରହସ୍ୟ ସମ୍ପର୍କରେ ସ୍ପଷ୍ଟ ହେବ ବୋଲି ଆଇଆଇସି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ