ମହିଳାଙ୍କ ଘର ସମ୍ମୁଖରେ ପକାଇଲେ ମଲା ଷଣ୍ଢ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଜଣେ ମହିଳାଙ୍କ ଘର ସମ୍ମୁଖରେ କିଛି ବ୍ୟକ୍ତି ଏକ ମଲା ଷଣ୍ଢକୁ ପକାଇଦେବାରୁ ମହିଳାଙ୍କ ପରିବାର ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ଏପରିକି ୪ଦିନ ହେଲା ପଚାଗନ୍ଧ ଯୋଗୁଁ ଘରେ ରହିପାରୁ ନାହାନ୍ତି । ଏପରି ଏକ ଘଟଣା ଘଟିଛି ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତର ଓସ୍ତପାଳ ଗ୍ରାମରେ । ଗ୍ରାମର ଦେବକୀ ଜେନାଙ୍କ ଅଭିଯୋଗ ଅନୁଯାଇ ଗତ ୫ଦିନ ତଳେ ଗାଁରେ ଏକ ଷଣ୍ଢ ମରିଯାଇଥିଲା । ଗ୍ରାମର କିଛିବ୍ୟକ୍ତି ଷଣ୍ଢ ଟିକୁ ଆଣି ତାଙ୍କ ଘର ନିକଟରେ ପକାଇଦେଲେ । ସେ ଏହାକୁ ବିରୋଧ କରିବାରୁ ତାଙ୍କୁ ଗାଳି ଗୁଲଜ କରି ଧମକ ଚମକ ଦେଲେ । ଏନେଇ ସେ ପୁଲିସରେ ଅଭିଯୋଗ କଲେବି ପୁଲିସ ବି କିଛି ପ୍ରତିକାର କଲା ନାହିଁ । ଫଳରେ ଗତ ୪ଦିନ ହେଲା ତାଙ୍କ ଘରେ ରହିପାରୁ ନାହାନ୍ତି । ମହିଳାଙ୍କ ପରିବାର ଲୋକେ ପଚାଗନ୍ଧରେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ତାଙ୍କ ଉପରେ ଆକ୍ରୋଶ ରଖି ଏପରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ