ମହିଳାଙ୍କ ଝୁଲନ୍ତା ଶବକୁ ଉଦ୍ଧାର କଲା ପୋଲିସ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ସରଗଡା ପଞ୍ଚାୟତର ସାନବାଣ୍ଠା ଗ୍ରାମର ଜନୈକ ବିବାହିତ ମହିଳାଙ୍କର ମୃତଦେହକୁଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିବା ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ସାନବାଣ୍ଠା ଗ୍ରାମର ଗ୍ରାମର ଗୁରୁବା ଦେହୂରୀ ଗତ ୪ ମାସ ତଳେ କୁମ୍ଭିରମୁଣ୍ଡି ଗ୍ରାମର ପୁଟକି ଦେହୂରୀ(୨୫)କୁ ଗତ ୪ ମାସ ତଳେ ବିଵାହ କରିଥିଲେ । କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ପୁଟୁକୀ ମଙ୍ଗଳବାର ଦିନ ଗାଁଠାରୁ କିଛି ଦୂରରେ ଏକ ଗଛରେ ଶାଢୀ ସହାୟତାରେ ଗଛରେ ମୃତ ଅବସ୍ଥାରେ ଝୁଲନ୍ତା ଅବସ୍ଥାରେ ଗାଁ ଲୋକେ ଦେଖି ପୋଲିସକୁ ଖଵର ଦେଇଥିଲେ । ପୋଲିସ ଏବଂ ସାଇଣ୍ଟିଫିକ ଟିମ ବୁଧବାର ଦିନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଶଵକୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଥିଲେ । ଅଧିକ ତଦନ୍ତ ପାଇଁ ବାରିପଦା ପିଆରଏମ ହସ୍ପିଟାଲକୁ ପଠାଇବ ବୋଲି ପରିବାରବର୍ଗ ଲୋକେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ