ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ହିଂଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳି ଥାନା ତହଁର ଗ୍ରାମର ରବିବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ଝୁଲନ୍ତା ଶବକୁ ସୋମବାର ସକାଳେ ହିଂଜିଳି ପୋଲିସ ଉଦ୍ଧାର କରିଛି । ମୃତକ ଜଣକ ସଂପୃକ୍ତ ଗ୍ରାମର ଶିବରାମଙ୍କ ସ୍ତ୍ରୀ ଅନିତା ଗୌଡ଼ (୨୧) । ଏ ନେଇ ନଂ- ୨୩/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରି ସୋମବାର ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ଛତ୍ରପୁର ଥାନା ଯୋଗିଆପଲ୍ଲୀ ଗ୍ରାମର ଅନିତା ସହ ହିଂଜିଳି ଥାନା ତହଁର ଗ୍ରାମର ଶିବରାମଙ୍କ ସହ ଗତ ୪ ବର୍ଷ ତଳେ ବିବାହ ହୋଇଥିଲା । ରବିବାର ସନ୍ଧ୍ୟାରେ କୌଣସି କଥାକୁ କେନ୍ଦ୍ର କରି ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ମହିଳା ଜଣକ ଘରେ କେହି ନଥିବାର ସୁଯୋଗ ନେଇ ପଙ୍ଖାରେ ଶାଢି ଲଗାଇ ଆତମ†ତ୍ୟା କରିଥିବା ନେଇ ମୃତ ମହିଳାଙ୍କ ସ୍ୱାମୀ କହିଛନ୍ତି । ଅନ୍ୟପକ୍ଷରେ ଖବର ପାଇ ମୃତ ମହିଳାଙ୍କ ଭାଇ ତହଁର ଗ୍ରାମରେ ପଂହଚି ଘଟଣା ଦେଖିବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରି ହିଂଜିଳି ଥାନାରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ