ମହିଳାଙ୍କ ଝୁଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର

ସ୍ଲଗ-(ଯୁଗାବ୍ଦ ନ୍ୟୁଜ )୨୧ ଦିନ ହେଲା ନିଖୋଜ ମହିଳାଙ୍କ ଝୁଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର ରାଇରଙ୍ଗପୁର- ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ତେଟାନେତ୍ରା ଗ୍ରାମର ଦଶରଥ ମହାକୁଡ଼ଙ୍କ ପତ୍ନୀ ରୀନା ମହାକୁଡ଼ଙ୍କ ଝୁଲନ୍ତା ଶବକୁ ଗ୍ରାମ୍ୟ ଜଙ୍ଗଲ ପାଖ ଏକ ଗଛରୁ ପୋଲିସ ଉଦ୍ଧାର କରିଛି । ପ୍ରକାଶ ଥାଉକି ଗତ ଫେବୃଆରୀ ୩ତାରିଖରୁ ମହିଳା ଜଣଙ୍କ ଘର ଛାଡ଼ି କୁଆଡେ ଚାଲି ଯାଇଥିଲେ ।ଏହାକୁ ନେଇ ସ୍ବାମୀ ଦଶରଥ ମହାକୁଡ଼ ଗୋରୁମହିଷାଣୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।କେଶ ୩/୨ ରୁଜୁ ହୋଇଥିଲା ।ସେହି ଦିନଠାରୁ ଆଜି ଯାଏଁ ରୀନା ମହାକୁଡ଼ ପତ୍ତା ମିଳି ନ ଥିଲା ।ଯାହାକି ଦଶରଥ ମହାକୁଡ଼ ପରିବାରର ଏବଂ ଗୋରୁମହିଷାଣୀ ପୋଲିସର ଚିନ୍ତା ବଢାଇ ଦେଇଥିଲା ।ହେଲେ ଆଜି କେହି ଲୋକ ତେଟାନେତ୍ରା ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ଗଳିତ ଶବକୁ ଦେଖି ଥାନାକୁ ଖବର ଦେଇଥିଲେ ।ପୋଲିସ ଏବଂ ପରିବାର ଲୋକେ ସେଠାରେ ପହଞ୍ଚି ଶବକୁ ଚିହ୍ନଟ ଶବ ଉଦ୍ଧାର କରିଥିଲେ ।ପରେ ଅଧିକ ତଦନ୍ତ ଓ ପରୀକ୍ଷା ପାଇଁ ଶବକୁ ବାରିପଦାକୁ ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ