ମହିଳାଙ୍କ ଠାରୁ ଟଙ୍କା ଲୁଟ୍ ଘଟଣାର ଅଭିଯୁକ୍ତ ଗିରଫ

ପାରାଦୀପ, (ପୀତବାସ ପ୍ରଧାନ) :-ଗତ ୧୮ ତାରିଖ ଦିନ ପାରାଦୀପ ଅଠରବାଙ୍କୀ ନିକଟସ୍ଥ ବିଜୟଚନ୍ଦ୍ରପୁରର ଭାରତି ମଣ୍ଡଳ ତାରିଣୀଗଡା ବ୍ୟାଙ୍କ ଅଫ ଇଣ୍ଡିଆ, ତାରିଣୀଗଡା ଶାଖାରୁ ୩୬ ହଜାର ଟଙ୍କା ଉଠାଇ ନିଜ ଘରକୁ ଫେରୁଥିବା ବେଳେ ଜନୈକ ଯୁବକ ତାଙ୍କୁ ପିଛା କରି ତାଙ୍କ ଟଙ୍କା ବ୍ୟାଗ୍ ଛଡାଇ ନେଇ ଫେରାର ହୋଇଯାଇ ଥିଲା । ଏହି ଘଟଣାରେ ସମ୍ପୃକ୍ତା ମହିଳା ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପାରାଦୀପ ପୋଲିସ୍ ବ୍ୟାଙ୍କରେ ପହଂଚି ସିସି କ୍ୟାମେରା ଅନୁଦ୍ଧାନ କରିବା ପରେ ସନ୍ଦିଗ୍ଧ ଯୁବକକୁ ଦେଖିବାକୁ ପାଇଥିଲେ । ତାକୁ ଖୋଜାଖେଜି କରିବା ପରେ ଅଭିଯୁ୍‌କ୍ତ କୁଜଙ୍ଗ ଥାନା ଅଧିନସ୍ଥ ଗ୍ରାମର ପ୍ରଲୋଭନ ମାଝୀଙ୍କ ପୁଅ ଆଲୋକ ମାଝୀ ଓରଫ ଆଲୁ(୨୪)କୁ ଚିହ୍ନଟ କରାଯାଇଥିଲା । ଅଭି୍‌ଯୁକ୍ତ ଆଲୋକକୁ ପାରାଦୀପ ପୋଲିସ୍ ଗିରଫ କରିବା ସହ ତା ନିକଟରୁ ନଗଦ ୧୨ ହଜାର ଟଙ୍କା ଓ ଓଆର-୦୫-ଏଭି-୨୫୯୧ ଗ୍ଲାମର ମୋଟର ସାଇକେଲ୍ ଜବତ କରାଯାଇଛି । ପୂର୍ବରୁ ୧୮.୦୫.୨୦୨୨ ମସିହାରେ ଆଉ ଏକ ଟଙ୍କା ଲୁଟ୍ ଘଟଣାରେ ଆଲୋକର ସମ୍ପୃକ୍ତି ଥିବା ନେଇ ପାରାଦୀପ ଆଦର୍ଶ ଥାନା ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତକୁ ୨୨୧/୨୨ରେ କୋର୍ଟ ଚାଲଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ