ମହିଳାଙ୍କ ଦକ୍ଷତା ପାଇଁ ଆଇନ ସଚେତନତା ସଭା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା କୋର୍ଟ ପକ୍ଷରୁ ମହିଳାଙ୍କ ଦକ୍ଷତା ପାଇଁ ଆଇନ ସଚେତନତା ସଭା ବୁଗୁଡା ତାଲୁକା ସ୍ତରୀୟ କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ଅନ୍ତର୍ଗତ ଝୋଲରି ଅଙ୍ଗନୱାଡି କେନ୍ଦ୍ରରେ ତାଲୁକା ସ୍ତରୀୟ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ବୁଗୁଡା କୋର୍ଟର ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ପରିନିତା ନାୟକଙ୍କ ଅଧ୍ୟକ୍ଷତାରେ ଏହି ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଫ୍ରଣ୍ଟ ଅଫିସର ରିଟେନର ଅମର ପଟ୍ଟନାୟକ, ଆଡଭୋକେଟ ହରପ୍ରସାଦ ଦାଶ, ସୁଶାନ୍ତ କୁମାର ସେଠୀ, ବିଭୁଦତ୍ତ ନାୟକ ଓ ସାଇ ସନ୍ତୋଷିନୀ ପ୍ରଧାନ, ବୁଗୁଡା ପୋଲିସ ଥାନା ସବଇନ୍ସପେକ୍ଟର କେ.ଏମ.ସାହୁ, କୋର୍ଟର ମୁଖ୍ୟ କିରାଣୀ ଅଜୟ କୁମାର ପଣ୍ଡା, ଶ୍ରଦ୍ଧାଞ୍ଜଳି ସେଠୀ, ଭଗବାନ ଦଳେଇ, ଓ ଅଙ୍ଗନୱାଡି କର୍ମୀ ସୁବାସିନୀ ସେଠୀ ଙ୍କ ସମେତ ଜନସାଧାରଣ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱ ମହିଳା ଦିବସ ଅବସରରେ ମହିଳା ମାନଙ୍କ ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ ଆଇନଗତ ପରାମର୍ଶ ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ